Breaking News

ବାରଙ୍ଗରେ ଚାଞ୍ଚଲ୍ୟ: ପୁଅ ଆଗରେ ବାପାଙ୍କୁ ହତ୍ୟା

 

କଟକ ଜିଲ୍ଲା ବାରଙ୍ଗ ତ୍ରିଶୁଳିଆ ନିକଟରେ ସଂଘବଦ୍ଧ ଆକ୍ରମଣରେ ଜଣେ ଓଲଡିଂ କାରିଗର ର ମୃତ୍ୟୁ ଘଟିଛି। ଏକ ବିଲଡର ସଂସ୍ଥା ପାଖରେ କେନ୍ଦ୍ରାପଡାର ତୋଫାନ ସାମଲ ଓଲଡିଂ କାରିଗର ଭାବେ ୧୨ ବର୍ଷ ହେବ କାମ କରୁଥିଲେ।ପୁଅ ସହ ବାରଙ୍ଗ ଅଞ୍ଚଳରେ ରହୁଥିଲେ। ଗତକାଲି ରାତିରେ ନିକଟରେ ଥିବା ଇଡବ୍ଲୁଏସ ବସ୍ତିର ୧୫ ରୁ ୨୦ ଲୋକ ତାଙ୍କୁ ପୂର୍ବ ଶତୃତାରୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣବେଳେ ମୋ ବାପାଙ୍କର କିଛି ଦୋଷ ନାହିଁ, ତାଙ୍କୁ ମାରନାହିଁ, ତାଙ୍କୁ ଛାଡ଼ିଦିଅ।” ଦୁର୍ବୃତ୍ତଙ୍କ ଆଗରେ କାକୁତି ମିନତୀ ହେଉଥିଲା ନାବାଳକ ପୁଅ। ହେଲେ ପୁଅର ବିକଳ ରଡ଼ି ଦୁର୍ବୃତ୍ତମାନଙ୍କ କାନକୁ ଶୁଭୁନଥିଲା। ଦୁର୍ବୃତ୍ତମାନେ ତାଙ୍କ ବାପାକୁ ଘର ଭିତରୁ ଘୋଷାଡି ଆଣି ପଥରରେ ଛେଚି ହତ୍ୟା କରିଥିଲେ। ଶେଷରେ ପୁଅ ଆଗରେ ଚାଲିଯାଇଥିଲା ବାପାର ଜୀବନ। 

ବାପାଙ୍କ ଜୀବନ ଚାଲିଯାଇଛି ଜାଣି ନପାରି ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଛି। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏହି ଘଟଣାକୁ ନେଇ ବାରଙ୍ଗା ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଜଣଙ୍କୁ ଗିରଫ କରିଛି। ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି। ପୂର୍ବ ଶତୃତା ହେଉ ବା ନଅନ୍ୟ କୌଣସି କାରଣ ପୁଅ ଆଗରେ ବାପାକୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିବା ଘଟଣା ତ୍ରିଶୂଳିଆ ଅଂଚଳର ଆଇନଶୃଙ୍ଖଳାକୁ ପଦାରେ ପକାଇଛି।

Type and hit Enter to search

Close