‘ସୁଭଦ୍ରା’ ଯୋଜନାକୁ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି । ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ସ୍ଥଗିତ ରହିବା ନେଇ ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ପାଇଁ ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି । ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସ୍ଥଗିତ ରହିଛି । ସବିଶେଷ ଯାଞ୍ଚ ଶେଷ ହେଲେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ଆଶା ରହିଛି ବୋଲି କହିଛନ୍ତି ।
ଚତୁର୍ଥ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ମହିଳାଙ୍କୁ ଟଙ୍କା ଦିଆଯିବ । ଅନେକ ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ସମସ୍ତଙ୍କୁ ବାୟୋମେଟ୍ରିକରେ ଇ-କେୱାଇସି କରିବାକୁ ପଡ଼ିବ ।
ଓଟିପିରେ ଇ-କେୱାଇସି କରିଥିବା ହିତାଧିକାରୀଙ୍କୁ ମଧ୍ୟ ବାୟୋମେଟ୍ରିକ କରିବାକୁ ପଡ଼ିବ । ଜନ ସେବା କେନ୍ଦ୍ରରେ ଯାଇ ହିତାଧିକାରୀମାନେ କରିପାରିବେ । ପ୍ରାୟ ୫ ଲକ୍ଷ ହିତାଧିକାରୀ ଇ-କେୱାଇସି ପାଇଁ ଅପେକ୍ଷାରେ ରହିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ଚଳିତ ମାସ ୨୫ ତାରିଖରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ବଣ୍ଟନ କରାଯିବ ଥିବାର ଥିଲା । ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଥିବାବେଳେ ଡିସେମ୍ବର ୧ ତାରିଖ ସୁଦ୍ଧା ସୁଭଦ୍ରା ପାଇଁ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଜଣ ମହିଳା ଆବେଦନ କରିସାରିଛନ୍ତି । ୨୦୨୫ ଆସନ୍ତା ବର୍ଷ ମାର୍ଚ୍ଚ ୭ 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ରହିଛି ।
Social Footer