ସୋମବାର ଜଣେ ସରକାରୀ କର୍ମଚାରୀ ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ । ଆଉ ଆଜି ତାଙ୍କୁ ଗିରଫ କରିଛି ଭଜିଳାନ୍ସ ବିଭାଗ । ସରକାରୀ କର୍ମଚାରୀ ଜଣକ ଭୁବନେଶ୍ୱର ଖଣ୍ଡଗିରି ସବ୍ ରେଜିଷ୍ଟାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ଦେବଜାନୀ କର ।
ସୂଚନା ଅନୁସାରେ, ସୋମବାର କନିଷ୍ଠ କିରାଣୀ ଦେବଜାନୀ କର ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା । ତାଙ୍କଠାରୁ ନଗଦ ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହା ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି କରାଯାଇଥିଲା। କନିଷ୍ଠ କିରାଣୀ ଦେବଜାନୀ ଏତେ ଟଙ୍କା କେଉଁଠୁ ଆଣିଲେ ତାହା ଅସ୍ପଷ୍ଟ ରହିଛି । ଭିଜିଲାନ୍ସ ତଦନ୍ତ ଜାରି କରିବା ସହିତ ତାଙ୍କୁ ଗିରଫ କରିଛି ।
Social Footer