ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ଡ୍ରାଇଭର ମୃତ


ଆଜି ସକାଳୁ ସକାଳୁ ଯାଜପୁର ରୋଡ ୧୬ ନଂ ଜାତୀୟ ରାଜପଥ ପାଣିକୋଇଲି ଥାନା ସାହାପୁର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କର ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣାର ଶିକାର ହୋଇ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ୧୬ ନଂ ଜାତୀୟ ରାଜପଥ ପାଣିକୋଇଲି ଥାନା ସାହାପୁର ନିକଟ ଖରସ୍ରୋତା ନଦୀ ବ୍ରିଜ କାମ ହେଉଥିବା ପାଇଁ ରାସ୍ତାର ଗୋଟେ ପଟ ବନ୍ଦ କରାଯାଇ ଅନ୍ୟପଟ ରାସ୍ତାରେ ଗାଡ଼ି ଚଳାଚଳ ପାଇଁ ସୁବିଧା କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ସକାଳୁ  ଏକ ଫଳ ବୋଝେଇ ଟ୍ରକ ସହ ଅନ୍ୟ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇଟି ଟ୍ରକ ମଧ୍ୟରେ ଜଣେ ଡ୍ରାଇଭର ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତୁରନ୍ତ ଏନେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ, ଉଭୟ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Share this post

Previous Post Next Post