• ବଣ ମଣିଷ, ଗର୍ଜିଲ୍ଲା ଓ ଡାଇନସରଙ୍କ ମେଜୀକ ମୁଖ୍ୟ ଆକର୍ଷଣ
ବ୍ରହ୍ମପୁର, ୮/୧୨ (ଅଭିଜିତ କର): ସ୍ଥାନୀୟ ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ଗଞ୍ଜାମ କଳା ପରିଷଦ ପରିସରରେ ରବିବାର ସନ୍ଧ୍ୟାରେ ଯାଦୁଗର ବଦଶାହାଙ୍କ ମେଜିକ୍ ୱାରଲ୍ଡ ଶୋ' ର ଶୁଭ ଉଦ୍ଘାଟନ ହୋଇଛି । ଏଥିରେ ଅତିଥି ରୂପେ ମାନ୍ୟବର ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ଓ ବ୍ରହ୍ମପୁର ଏସପି ଶ୍ରୀ ସର୍ବଣା ବିବେକ ଏମ ପ୍ରମୁଖ ଯୋଗଦାନ କରି ଏହି ଶୋ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ମେଜିକ ଶୋ ସିଲ୍କ ସିଟି ବ୍ରହ୍ମପୁର ଏବେ ଆହୁରି ହୃଦୟକର ଦୃଶ୍ୟର ସାକ୍ଷୀ ହେବାକୁଥିବା ବେଳେ, ଯାହାକି ଏହାକୁ ପ୍ରସିଦ୍ଧ ମେଜିକ୍ସିଆନ ବାଦଶାହା ଖାନ ଏହାକୁ ନେଇ ଆସୁଛନ୍ତି ।
ଏଥିରେ ସେ ତାଙ୍କର ଅଦ୍ଭୁତ ଏବଂ ଚକିତକରା ମାୟା ଶୋ ପରିବେଷଣ କରିବାକୁ ଥିବା ବେଳେ, ତାଙ୍କର ମନୋଗ୍ରାହୀ ଉପସ୍ଥାପନ ଏବଂ ଦୃଶ୍ୟମାନ ଯାଦୁ ଦ୍ବାରା ଏକ ଜଣେ ଖ୍ୟାତନାମା ମେଣ୍ଟାଲିଜ୍ମ, ମାଇଣ୍ଡ-ରିଡିଂ ଏବଂ ଡିଜିଟାଲ ମ୍ୟାଜିକ ଶିଳ୍ପୀ ଭାବେ ବେଶ୍ ପରିଚିତ ଅଟନ୍ତି। ତାଙ୍କର ଦୃଶ୍ୟ ଗୁଡିକ ପ୍ରତ୍ୟେକ ଦର୍ଶକଙ୍କ ହୃଦୟ ଦେଇ ସମ୍ପର୍କ ହୋଇଥାଏ ବୋଲି ବାଦଶାହା ପ୍ରାଥମିକ ସୂଚନା ଦେଇଛନ୍ତି। ସେହିପରି ଏହି ଶୋ ରେ ଅବିସ୍ମରଣୀୟ ମନ ପଢିବାର କୌଶଳ, ଅଶକ୍ୟ ପ୍ରତିକ୍ରିୟା ଏବଂ ବ୍ଲାକ୍ ମ୍ୟାଜିକ ଦୃଶ୍ୟ ଗୁଡିକ ସହ ସାର୍ଭିକ୍ ଶିଳ୍ପ ଏବଂ ଚମତ୍କାର ଅଭିନୟ ଦର୍ଶକ ମାନଙ୍କ ପାଇଁ ଏକ ଅନନ୍ୟ ଅନୁଭବ ନେଇ ଆସିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।
ତେବେ ବାଦଶାହାଙ୍କ ଏହି ଶୋ ରେ ତାଙ୍କର ମେଣ୍ଟାଲିଜ୍ମ ଏବଂ ମାଇଣ୍ଡ-ରିଡିଂ ଶିଳ୍ପରେ ପ୍ରଖ୍ୟାତ, ସାମ୍ପ୍ରତିକ ଟେକ୍ନୋଲୋଜି ଏବଂ ପାରମ୍ପରିକ ମାୟାକାରୀକୁ ଏକତ୍ର କରି, ସେ ତାଙ୍କର ଶୋ ଗୁଡିକୁ ସମ୍ପୂର୍ଣ୍ଣ ନୂଆ ରୂପ ଏବଂ ଆକର୍ଷକ କରିଛନ୍ତି । ସେ ତାଙ୍କର ‘ଟାଇମ୍ ଚେଞ୍ଜ୍’ ଟ୍ରିକ୍ ଦ୍ବାରା ଦର୍ଶକ ମାନଙ୍କୁ ଚମତ୍କୃତ କରିବା ସହ ତାଙ୍କର ଅନନ୍ୟ ଦୃଶ୍ୟ ଏବଂ କାହାଣୀକୁ ଉପସ୍ଥାପନର ଶୈଳୀ ଦର୍ଶକ ମାନଙ୍କ ପାଖରେ ପରିବେଷଣ କରିଥିଲେ । ତେବେ ଏହି ମେଜୀକ୍ ଶୋ ରେ ପ୍ରାୟ ୧୭ଟି ଦେଶର ମେଯିକ୍ ପ୍ରଦର୍ଶନ ହେବାକୁ ଥିବାବେଳେ ଏଥିରେ ୫୦ରୁ ଉର୍ଦ୍ଧ୍ବ ସହଯୋଗୀ ରହିଥିବା ସୂଚନା ମିଳିଛି।
ଏହି ଶୋ ପାଇଁ ପ୍ରତିଦିନ ଦୁଇଟି ଶୋ ଅର୍ଥାତ୍ ଅପରାହ୍ନ ୪ଘଣ୍ଟା ଏବଂ ସନ୍ଧ୍ୟା ୭ ଘଣ୍ଟା ଥିବା ବେଳେ, ରବିବାର ଦିନ ସ୍ପେଶାଲ ତିନିଟି ଶୋ ଯଥା ଅପରାହ୍ନ ୧ଘଣ୍ଟା, ୪ ଘଣ୍ଟା, ଏବଂ ସନ୍ଧ୍ୟା ୭ ଘଣ୍ଟା ସମୟର ଶୋ ରହିଥିବା ମେଜିକ୍ସିଆନ ବାଦଶାହା କହିଛନ୍ତି । ଏହି ଶୋ ବିଷୟରେ କିଛି ସୂଚନା ଓ ଟିକେଟ ଏବଂ ଅନ୍ୟାନ୍ୟ ତଥ୍ୟ ପାଇଁ ୱେବସାଇଟ୍ www.badashamagicworld.com କିମ୍ବା ଏହି 9777427575 ଫୋନ୍ ନମ୍ବର ସମ୍ପର୍କ କରିବା ପାଇଁ ଆଡମିନି ମ୍ୟାନେଜର୍ ଆର୍. କେ. ଅବସ୍ତି ଅନୁରୋଧ କରିଛନ୍ତି ।
Social Footer