Breaking News

ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣା: ସ୍ବାମୀ ସମେତ ୪ ଅଟକ

 

ଲୁଟ୍ କରିବାକୁ ଆସି ୭ ମାସର ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ମାମଲା ନୂଆ ମୋଡ଼ ନେଇଛି । ଏହି ଘଟଣାରେ ମୃତା ସୌମ୍ୟାମୟୀ ବେହେରାଙ୍କ ସ୍ୱାମୀ ଦେବେନ ବେହେରାଙ୍କ ସହିତ ୪ ଜଣଙ୍କୁ ଅଟକ ରଖାଯାଇଛି । ଟିକାୟତପାଲି ଥାନା ପୁଲିସ ସମସ୍ତଙ୍କୁ ଅଟକ ରଖିଥିବାବେଳେ ସେଥିରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ସାମିଲ ଥିବା ନେଇ ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି ।  ବୁଧବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଟିକାୟତ ପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଗ୍ରାମରେ ଏକ ଏମାନୁଷିକ ଘଟଣା ଘଟିଥିଲା । ରାତି ଅଧରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଦେବେନ ବେହେରାଙ୍କ ଘର କବାଟ ବାଡ଼େଇଥିଲେ । 

ଏହି ସମୟରେ ତାଙ୍କ ପତ୍ନୀ ସୌମ୍ୟାମୟୀ ଆସି କବାଟ ଖୋଲିଥିଲେ । କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କଠାରୁ ସୁନା ଝାମ୍ପି ନେବାକୁ ଉଦ୍ୟମ କରିଥିଲେ । ସୌମ୍ୟାମୟୀ ଚିତ୍କାର କରିବାରୁ ଦେବେନ ମଧ୍ୟ ଦୌଡ଼ିକି ଆସିଥିଲେ । ମାତ୍ର ଲୁଟେରାମାନେ ସୌମ୍ୟାମୟୀଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ତାଙ୍କ ଛାତିର ବାମ ପାର୍ଶ୍ୱରେ ଗୁଳି ବାଜିଥିଲା ।  ଦେବେନ ତୁରନ୍ତ ସୌମ୍ୟାଙ୍କୁ ବଣାଇ ସବ୍ ଡିଭିଜନାଲ ମେଡ଼ିକାଲକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏ ନେଇ ଟିକାୟତ ପାଲି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।  ତେବେ ଏତେ ରାତିରେ ଗର୍ଭବତୀ ସୌମ୍ୟା କାହିଁକି ଆସି କବାଟ ଖୋଲିଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା ।

Type and hit Enter to search

Close