୧୯ ରୁ ୨୫ ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ଟି-୨୦ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌


 • ଯୁବ ପ୍ରତିଭା ଖେଳାଳୀଙ୍କ ଖେଳ ପ୍ରଦର୍ଶନକୁ ଉତ୍ସାହିତ କରିବା ପାଇଁ ଏହି ଟୁର୍ଣାମେଣ୍ଟ - ବିଧାୟକ

ବ୍ରହ୍ମପୁର, ୧୭/୧୨ (ଅଭିଜିତ କର): ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ବ୍ରହ୍ମପୁର ବିଧାୟକଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀ କେ. ଅନିଲ୍ କୁମାରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ସଗଠକ ସଚିବ ଇଂ.ମନୋଜ ଦଣ୍ଡପାଟ, ପରାମର୍ଶ ଦାତା ଜେ. କାମେଶ୍ୱର ରାଓ, ଟୁର୍ଣ୍ଣାମେଣ୍ଟର ସଭ୍ୟ ସିଦ୍ଧାନ୍ତ ଗଙ୍ଗଦେବ ଉପସ୍ଥିତ ରହି ସୂଚନା ଦେଇଛନ୍ତି ଯେ, ଆସନ୍ତା ଡିସେମ୍ବର ୧୯ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଲିଡ୍ସ ସ୍ପୋର୍ଟି କ୍ଲବ୍‌ର ଆନୁକୁଲ୍ୟରେ ପ୍ରଥମ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ମେମୋରିଆଲ୍ ଆନ୍ତଃରାଜ୍ୟ ଟି-୨୦ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌ ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡ଼ିୟମ୍‌ ଠାରେ ଅନୁଷ୍ଠିତ ହେବ । 

ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଓ ଓଡ଼ିଶା ବାହାର ଦଳ ସହ ୧୨ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଯଥା ଇଷ୍ଟକୋଷ୍ଟ ରେଲ୍‌ୱେ, ପ୍ରଗତି ସ୍ପୋଟିଂ କ୍ଲବ୍ (ଭୁବନେଶ୍ଵର), ସମ୍ବଲପୁର କ୍ରିକେଟ୍ ଦଳ, ଜଗନ୍ନାଥ କ୍ରିକେଟ୍ କ୍ଲବ୍ (ଭଦ୍ରକ), ଭାସୁପଲ୍ଲୀ ଏନ୍‌ସିଏ (ଭାଇଜାଗ୍), ରାଇଜିଂ ଷ୍ଟୁଡେଣ୍ଟସ୍ (କଟକ), ପ୍ରୋଗେସିଭ୍ କ୍ରିକେଟ୍ କ୍ଲବ୍ (ଝାରସୁଗୁଡ଼ା), ରା.ଏସ୍.ଏ (ରାଉରକେଲା), ଯୁଭେନାଇଲ୍ କ୍ରିକେଟ୍ କ୍ଲବ୍ (କଟକ), ସେର୍‌ସା ସିକେପି (ଛତିଶଗଡ଼) ଦଳ ସହ ଆମ ଆଞ୍ଚଳିକର ଦୁଇଟି ଦଳ ଗଞ୍ଜାମ ରେଡ଼୍ ଓ ଗଞ୍ଜାମ ବ୍ଲୁ ପ୍ରମୁଖ ଦଳ ଭାଗ ନେଉଛନ୍ତି ବୋଲି କହିଥିଲେ ।

ଗଞ୍ଜାମ ଜିଲ୍ଲାରେ କ୍ରିକେଟ୍‌ର ବହୁତ ଯୁବ ପ୍ରତିଭା ଖେଳାଳୀ ମାନେ ତାଙ୍କ ଖେଳ ପ୍ରଦର୍ଶନ କରି ପାରୁନାହାନ୍ତି, ଏହାକୁ ଆଖି ଆଗରେ ରଖି ଏହି ଟୁର୍ଣାମେଣ୍ଟରେ ଦୁଇଟି ଯୁବ ଦଳକୁ ସୁଯୋଗ ଦିଆଯାଇଛି ବୋଲି ବିଧାୟକ ଶ୍ରୀ ଅନିଲ କହିଛନ୍ତି। ଏହାର ଫାଇନାଲ୍ ମ୍ୟାଚ୍ ଡ଼ିସେମ୍ବର ୨୫ ତାରିଖ ଦିନ ଯଥା ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମଦିନରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ଟ୍ରଫି ସହ ଏକ ଲକ୍ଷ ଟଙ୍କା ଓ ଉପ ବିଜେତାଙ୍କୁ ଟ୍ରଫି ସହ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ । ଏହା ସହ ପ୍ରତ୍ୟେକ ମ୍ୟାନ୍ ଅଫ୍ ଦା ମ୍ୟାଚ୍ ପୁରସ୍କାର ସହ ବେଷ୍ଟ ବ୍ୟାଟ୍‌ସ୍‌ ମ୍ୟାନ, ବେଷ୍ଟ ବୋଲର, ବେଷ୍ଟ ଫିଲ୍‌ଡ଼ର ଏବଂ ମ୍ୟାନ୍ ଅଫ୍ ଦା ସିରିଜ୍‌ର ପୁରସ୍କାର ରଖାଯାଇଛି ।

ଏହି ଟୁର୍ଣାମେଣ୍ଟକୁ ସଫଳ କରିବା ପାଇଁ ବ୍ରହ୍ମପୁରର କ୍ରିକେଟ୍ ପ୍ରେମୀ, ଜନ ସାଧାରଣ ମାନଙ୍କୁ ସଂପୂର୍ଣ ରୁପେ ସହଯୋଗ କରିବା ପାଇଁ ଟୁର୍ଣ୍ଣାମେଣ୍ଟର ଅଧ୍ଯକ୍ଷଙ୍କ ସହ ସମସ୍ତ ସଭ୍ୟ ସହଯୋଗ କାମନା କରିଛନ୍ତି । ଆଜିର ଏହି ସମ୍ମିଳନୀରେ ଟୁର୍ଣାମେଣ୍ଟ୍‌ର ଅଧ୍ୟକ୍ଷଙ୍କ ସମେତ ତାରିଣୀ ସାମନ୍ତରାୟ, ଭିଭିନେଶ ପାତ୍ର, ଜି.ନବୀନ କୁମାର, ସୁଲଭ ପଣ୍ଡା, କେ.ରବି କୁମାର, ରାଜ ନାରାୟଣ ପାତ୍ର, ଭବାନୀ ମହାନ୍ତି, ସତ୍ୟବ୍ରତ ସାହୁ ଓ ବିଶ୍ଵବନ୍ଧୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।


Share this post with your friends

Prev Post Next Post