ବିଶାଳ ଆଧାତ୍ମିକ ନବକୁଣ୍ଡୀୟ ବିଶ୍ୱଶାନ୍ତି ଶ୍ରୀ ରଦ୍ରଚଣ୍ଡୀ ମହାଯଜ୍ଞ ନେଇ ସାମ୍ବାଦିକ ସମ୍ମିଳନୀ
• ୪ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ଯୋଗଦେବେ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଓ ଅନୁପ ଜଲୋଟା ଜୀ
ବ୍ରହ୍ମପୁର, ୧୭/୧୨ (ଅଭିଜିତ କର): ସ୍ଥାନୀୟ ଧର୍ମ ନଗର ସ୍ଥିତ ରୋଟାରୀ କ୍ଳବ୍ ଅଫ୍ ଇଷ୍ଟ୍ ସଭଗୃହରେ ବେଦିକ ବିଶ୍ଵଶାନ୍ତି ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ସମ୍ପାଦକ ରାମ ଶଙ୍କର ଶତପଥୀ, ଆଇନ ପରାମର୍ଶଦାତା ସ୍ବରାଜ୍ୟ ସାହୁ ଏବଂ ମୁଖ୍ୟ ଉପଦେଷ୍ଟା ଗୌରି ଶଙ୍କର ମହାକୁଡ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି ଯେ, ଓଡିଶାର ଇତିହାସରେ ପ୍ରଥମ ଥର ପାଇଁ ଏକ ବିଶାଳ ଆଧାତ୍ମିକ ମହାଯଜ୍ଞ ବ୍ରହ୍ମପୁର ସହରରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଅବସରରେ ଆସନ୍ତା ୧୧.୦୧.୨୦୨୫ ଠାରୁ ୧୪.୦୧.୨୦୨୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଆମ୍ବପୁଆ ସ୍ଥିତ ବିବେକ ବିହାର ଖେଳ ପଡିଆ ଠାରେ ୧୦୦୮ ଶ୍ରୀ ଦୁର୍ଗା ସପ୍ତଶତୀ ଚଣ୍ଡୀ ପାରାୟଣ ଏବଂ ନବକୁଣ୍ଡୀୟ ବିଶ୍ୱଶାନ୍ତି ଶ୍ରୀ ରଦ୍ରଚଣ୍ଡୀ ମହାଯଜ୍ଞ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀ ବାଗେଶ୍ବର ଧାମର ବାବା ଶ୍ରୀ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଜୀ ମହାରାଜ ଯୋଗଦାନ କରିବା ପାଇଁ ସିକୃତି ପ୍ରଦାନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ଶ୍ରୀ କାଞ୍ଚି କାମକୋଟି ପୀଠାଧୀଶ୍ବର ଶଙ୍କରାଚାର୍ଯ୍ୟ ଶ୍ରୀ ଶଙ୍କର ବିଜୟେନ୍ଦ୍ର ସ୍ବାମି ଜୀ ଏବଂ ଶ୍ରୀ ଗୋବଦ୍ଧନ ପୀଠାଧୀଶ୍ବର ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଯୋଗଦାନ କରିବେ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରୂପେ ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟା ଜୀ ଯୋଗଦାନ କରିବେ । ତେବେ ଏହି ୪ଦିନ ବ୍ୟାପୀ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କାର୍ଯ୍ୟସୂଚୀ ରହିଛି ଯଥା ୧୧ ତାରିଖ ଦିନ ଓଡିଶାର ପାରମ୍ପରିକ ଲୋକକଳା ସଂସ୍କୃତି ଯୁକ୍ତ ଆଧ୍ୟାତ୍ମିକ କଳଶ ଯାତ୍ରା, ଅଙ୍କୁର ରୋପଣ, ୧୨ ତାରିଖରେ ସହସ୍ର ଚଣ୍ଡୀ ପାରାୟଣ ଏବଂ ଶ୍ରୀ ଋଦ୍ରଚଣ୍ଡୀ ମହାଯଜ୍ଞର ଶୁଭାରମ୍ଭ, ୧୩ ତାରିଖରେ ଯଜ୍ଞର ଦ୍ଵିତୀୟ ଦିବସ ଏବଂ ସଂଧ୍ୟାରେ ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ମାନଙ୍କ ଦ୍ବାରା ଭଜନ ପରିବେଷଣ ଏବଂ ଶେଷ ସନ୍ଧ୍ୟା ଅର୍ଥାତ୍ ୧୪ ତାରିଖରେ ମହାଯଜ୍ଞର ପୂର୍ଣାହୂତି ଏବଂ
ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟା ଜୀଙ୍କ ଭଜନ ପରିବେଷଣ ସହ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି। ଏହାସହ ୧୨, ୧୩ ଏବଂ ୧୪ ତାରିଖ ୩ଦିନ ପର୍ଯ୍ୟନ୍ତ ଦିବା ୧୨.୩୦ ଠାରୁ ରାତ୍ରି ୯ ଘଣ୍ଟା ପର୍ଯ୍ୟନ୍ତ ଅନ୍ନ ଲଯଜ୍ଞ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ଶତପଥି ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ପରାମର୍ଶ ଦାତା ସ୍ବରାଜ୍ୟ ସାହୁ କହିଛନ୍ତି ଯେ, ଆର୍ଥିକ ସମ୍ବଳକୁ ଦୃଷ୍ଟିରେ ରଖି ଶେଷ ଦୁଇ ଦିନର କାର୍ଯ୍ୟକ୍ରମ ପାଇଁ ଟିକେଟ ବିକ୍ରିର ବ୍ୟବସ୍ଥା କରାଯାଇଛି।
ଏହି ବ୍ୟବସ୍ଥା ପଡିଆର ଆକାର ଅନୁସାରେ ୪ଟି ସ୍ତରରେ ବିଭାଗ ରହିବ ଯାହା ଭକ୍ତ ମାନଙ୍କ ଶୃଙ୍ଖଳା ପରିସ୍ଥିତି ସୁଦୃଢ କରିବାରେ ସହଯୋଗ ହେବ ବୋଲି କହିଥିଲେ। ତେବେ ଏହି କାର୍ଯ୍ୟକ୍ରମ ସଭାପତି ପ୍ରଶାନ୍ତ ଦାଶଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହେଉଥିବା ବେଳେ, ଉପ ସଭାପତି ଏମ୍ ଉମା ମହେଶ୍ବର, ସହ ସମ୍ପାଦକ ଗୋପିନାଥ ମହାରଣା, କୋଷାଧ୍ୟକ୍ଷ କ୍ରୀଷ୍ଣା ମୂରାରି ତ୍ରୀପାଠୀ, ମୁଖ୍ୟ ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ, କମଳ ପଣ୍ଡା, ଗିରିଜା ଶଙ୍କର ଶତପଥୀଙ୍କ ସମେତ ସକ୍ରିୟ ସଦସ୍ୟ ବୃନ୍ଦ ଲକ୍ଷ୍ମୀ ନୃସିଂହ ପଣ୍ଡା, ତ୍ରିପତି ବାଲାଜି ମିଶ୍ର, ଗୋପାଳ ଚନ୍ଦ୍ର ତ୍ରିପାଠୀ, ସୁମନ ପଣ୍ଡା, ଦୀପକ ଦାଶ, ତୁଷାର ଶତପଥୀ, ରାଜେଶ କୁମାର ମିଶ୍ର, କେ ସାଇ କ୍ରୀଷ୍ଣା, ବ୍ରଜେନ୍ଦ୍ର ନନ୍ଦନ ନାୟକ, ତାରା ପ୍ରସାଦ ଦାଶ, ଏ ଶ୍ରୀକାନ୍ତ ପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବେ ବୋଲି କୁହାଯାଇଛି ।