Breaking News

ବରଗଡରୁ ବଡ ଉପହାର, ଚାଷୀଙ୍କ ଖାତାକୁ ଧାନ ଇନପୁଟ୍‌ ସବସିଡି ରିଲିଜ କରିବେ ମୁଖ୍ୟମନ୍ତ୍ରୀ

 

ଆଜି ଚାଷୀଙ୍କୁ ମିଳିବ ଇନ୍‌ପୁଟ ସବ୍‌ସିଡି । ୨୩ ଶହ ଟଙ୍କା ଏମଏସପି ପାଇଥିବା ଚାଷୀଙ୍କୁ ମିଳିବ ସବ୍‌ସିଡି । ଇନ୍‌ପୁଟ ସବ୍‌ସିଡି ବାବଦକୁ ଆଉ ୮ଶହ ଟଙ୍କା ପାଇବେ ଚାଷୀ । ବରଗଡ଼ ସୋହେଲାରେ ଚାଷୀଙ୍କୁ ବୋନସ୍ ଦେବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବାକୁ ଘୋଷଣା ହୋଇଥିବା ବେଳେ ୨୩୦୦ ଟଙ୍କା ପାଇଥିଲେ ଚାଷୀ । ବାକି ୮୦୦ ଟଙ୍କା ଆଜି ଚାଷୀଙ୍କ ଖାତାକୁ ଯିବ । ଆଜି ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଇନ୍‌ପୁଟ ସବ୍‌ସିଡି ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୩୦୦ ଟଙ୍କା ଘୋଷଣା କରିଛନ୍ତି। 

ଏମ୍‌ଏସ୍‌ପି ସହ ଚାଷୀଙ୍କୁ ରାଜ୍ୟ ସରକାର ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦେବେ। ରାଜ୍ୟ ସରକାର ଚାଷୀଙ୍କଠାରୁ ମୋଟ ୩୧୦୦ ଟଙ୍କାରେ ଧାନ କିଣିବେ। ଧାନ କିଣାଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ। ପ୍ରାଥମିକ ପର୍ଯ୍ୟାୟରେ ଡିସେମ୍ବର ୬ ତାରିଖ ସୁଦ୍ଧା ଧାନ ବିକ୍ରି କରିଥିବା ୧୧ ହଜାର ଚାଷୀଙ୍କୁ ମଧ୍ୟ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଲେଖାଏଁ ଇନ୍‌ପୁଟ ସବସିଡି ପ୍ରଦାନ କରାଯିବ। ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ଜଗତ୍‌ସିଂହପୁର, ଭଦ୍ରକ ଜିଲ୍ଲାରେ ସମାବେଶ କରି ଇନ୍‌ପୁଟ ସବ୍‌ସିଡି ବଣ୍ଟନ କରାଯିବ।

Type and hit Enter to search

Close