Breaking News

ଆଜି ଦୋଳପୂର୍ଣ୍ଣିମା: ଉତ୍ସବ ମୁଖର ଗାଁ ଠୁ ସହର

 

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଫାଲଗୁନ ମାସ ଶୁକ୍ଳ ପକ୍ଷ ଫଗୁ ଦଶମୀ ତିଥିରୁ ଓଡିଶାରେ ଆରମ୍ଭ ହୋଇଥାଏ ଦୋଳ ପର୍ବ। ଏହି ଅବସରରେ ଦୋଳ ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥିଲା। ରାଧାକୃଷ୍ଣଙ୍କର ଯୁଗଳ ମୁର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ସହ ସୁସଜ୍ଜିତ ବିମାନର ବିଜେ କରିଥାନ୍ତି। ଶ୍ରୀ ରାଧାକୃଷ୍ଣ ବିମାନରେ ବିରାଜମାନ କରି ଘରେ ଘରେ ଭୋଗ ଖାଇଥାନ୍ତି। ଦୋଳ ପଡିଆ​‌ରେ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନର ମେଳନ ହୁଏ। 

ଆସନ୍ତାକାଲି ପାଳିତ ହେବ ରଙ୍ଗର ପର୍ବ ହୋଲି । ସେପଟେ ଆଜି ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ହେବ ଦୋଳ ପୂର୍ଣ୍ଣିମା। ଏଥିପାଇଁ ଶ୍ରୀମନ୍ଦିରରେ ପାରମ୍ପରିକ ଭାବେ ଦୋଳ ଉତ୍ସବ ପାଳନ କରାଯାଏ। ଆଜି ଚତୁର୍ଦ୍ଧାମୂରତି ସୁନା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ନୀତି ନିର୍ଘଣ୍ଟ ଅନୁଯାୟୀ ଦୋଳ ବେଦୀକୁ ବିଜେ କରିବା ସହ ଫଗୁ ଅବିର ଖେଳିବେ। ଏଥିପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Type and hit Enter to search

Close