ମାଲକାନଗିରି ଅଞ୍ଚଳରେ ଦିନକୁ ଦିନକୁ ମାଓବାଦୀଙ୍କ ଆକ୍ରମଣ ବଢିବାକୁ ଲାଗିଛି । ଏଇ କିଛି ଦିନ ହେବ ମାଓବାଦୀ ୩ ଜଣ ଲୋକଙ୍କୁ ପୋଲିସ ଇନ୍ଫୋର୍ମ ସନ୍ଦେହରେ ହତ୍ୟା କରିଥିବା ବେଳେ , ପୁଣି ଆଜି ଜଣେ ବିଜେପି କର୍ମୀ ଙ୍କୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ତେବେ ପୋଲିସ ଇନ୍ଫୋର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି । ଛତିଶଗଡ଼ ବିଜେପୁର ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ତେବେ ଖବର ଅନୁଯାଇ , କୁଟୁରା ଥାନା ସମନପଲ୍ଲୀ ଗାଁ ନିକଟରେ ନିର୍ମମ ଭାବେ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ତେବେ ହତ୍ୟା ପରେ ଘଟଣା ସ୍ଥଳରେ ପୋଷ୍ଟର ଜାରି କଲେ ମାଓବାଦୀ । ମାଓ ପୋଷ୍ଟର ଜବତ ସହ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ।
Social Footer