ବ୍ରହ୍ମପୁରରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

 • ଜନ ବିରୋଧି ସରକାରକୁ ହଟାଇ ପୁଣି ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା - ଜିଲ୍ଲା ସଭାପତି 

ବ୍ରହ୍ମପୁର, ୨୬/୧୨ (ଅଭିଜିତ କର): ପ୍ରତିଷ୍ଠା ପର ଠାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ସେହିପରି ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ ନେତୃତ୍ୱରେ ଦଳର ପ୍ରତିଷ୍ଠା ଦିବସରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଗୁରୁବାର ପୂର୍ବାହ୍ନରେ ଦେଶି ବେହେରା ସାହି ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୁର୍ତିରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମତେ ମାଲ୍ୟାର୍ପଣ ପରେ ଆସିକା ରୋଡ ତାଳୁକା ନିକଟରେ ଥ‌ିବା ପ୍ରତିମୁର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଏବଂ ଶେଷରେ ବିଜୁ ପଟ୍ଟନାୟକ ପାର୍କ ମଧ୍ୟରେ ଥିବା ବିଜୁ ବାବୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୁର୍ତ୍ତିରେ ଶତାଧିକ ନେତା କର୍ମୀ ଓ ନେତାମାନେ ଏକତ୍ରିତ ହୋଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ସଂଘମିତ୍ରା ଦଳାଇଙ୍କ ନେତୃତ୍ୱରେ ସିଟି ହସ୍ପିଟାଲରେ ଫଳ ବଣ୍ଟନ ହୋଇଥିଲା। ସେହିପରି ସନ୍ଧ୍ୟାରେ ସ୍ଥାନୀୟ ଟାଉନ ହଲ୍ ଠାରେ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।


 ଏଥିରେ ଜିଲା ସଭାପତି ଡା. ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ଜିଲ୍ଲା ଉପ ସଭାପତି ଆର୍ ମୂରଲୀ ମୋହନ, ଯୁବ ନେତା ବିବେକ ରେଡ୍ଡୀ, ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ମହାରଣା, ନଗର ବିଜେଡ଼ି ସଭାପତି ବିଜୟ ଚନ୍ଦ୍ର ସାମଲ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପା ସମ୍ପାଦିକା ଲଗ୍ନାଦୀପା ମିଶ୍ର, ଜୋନ୍ ସଭାନେତ୍ରୀ ମମତା ବିଷୋୟୀ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ ପଣ୍ଡାଙ୍କ ସମେତ ବହୁ କର୍ପୋରେଟର ଏବଂ ଦଳୀୟ ନେତା ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ଡା. ଚ୍ୟାଉ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ, ଗତ ନିର୍ବାଚନରେ ବିଜେଡ଼ି ପରାସ୍ତ ହୋଇନାହିଁ, ବରଂ ଇଭିଏମ୍‌ରେ ଜାଲିଆତି କରି ବିଜେଡ଼ିକୁ ହରାଯାଇଛି। ଏନେଇ ବିଜେଡ଼ି ସ୍ୱର ଉଠାଇ ଥିଲେ ମଧ୍ୟ ନିର୍ବାଚନ କମିଶନର ସ୍ପଷ୍ଟ ସୂଚନା ଦେଇପାରୁ ନାହାନ୍ତି। ପରାଜୟ ସତ୍ତ୍ୱେ ବିଜେଡ଼ି ନିରାଶ ନୁହଁ, ଏକ ଗଠମୂଳକ ବିରୋଧୀ ଦଳର ଭୂମିକା ବିଜେଡ଼ି ନେବ, ଓଡ଼ିଶାବାସୀଙ୍କ ସ୍ଵାର୍ଥ ପାଇଁ ଲଢ଼େଇ ଜାରି ରହିବ ଏବଂ ପୁଣି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ବିଜୟୀ କରିବାକୁ ଆମ ନେତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ବାନ ଦେଇଥିଲେ। ସେହିପରି ପୂର୍ବତନ ସାଂସଦ ଶ୍ରୀ ସାହୁ କହିଛନ୍ତି ଯେ, ଯେଉଁ ଆଶା ଓ ସ୍ବପ୍ନ ଦେଖାଇ ବିଜେପି ରାଜ୍ୟରେ ସରକାରକୁ ଆସିଛି ତାହା ଦୀର୍ଘ ୭ମାସ ଭିତରେ ପୂରଣ କରିବାରେ ଅସମର୍ଥ ହୋଇଛି । ପରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି ଯେ, ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେବା ସହ ଧୂଆଁ ବାଣ ଦେଖାଇ ଜନ ବିରୋଧୀ ନେତା ମାନେ ସରକାରକୁ ଆସିଛନ୍ତି । 
ସେମାନଙ୍କୁ ସେମାନଙ୍କ ଅସଲ ମୁଖା ରାଜ୍ୟବାସୀଙ୍କ ଆଗରେ ରଖିବାକୁ ବିଜେଡି ଆପ୍ରାଣ ଚେଷ୍ଟା କରିବ ବୋଲି ବିକ୍ରମ ପଣ୍ଡା କହିଛନ୍ତି। ସେହିପରି ଅନ୍ୟ ନେତା ମଧ୍ୟ ନିଜ ବକ୍ତବ୍ୟରେ ଦଳର ଶୃଙ୍ଖଳା ଓ ସଂକଳ୍ପକୁ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ଶେଷରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦିଲେଶ୍ୱର ରେଡ୍ଡୀ, ଜିଲ୍ଲା ଉପ ସଭାପତି ଶ୍ରୀ ଆର୍ ମୁରଲୀ ମୋହନ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ଭଗବାନ ଗନ୍ତାୟତ, ଭୀମସେନ ଦଳାଇ, ଜିଲ୍ଲା ସମ୍ପାଦକ ମୁନା ପଣ୍ଡା, କର୍ପୋରେଟର ଟି ତ୍ରିପତି ପାତ୍ର, ମନୋଜ ମହାପାତ୍ର, ଆର୍ ପାୱାନି, ସି ଏଚ ରଞ୍ଜିତା ବେହେରା, ଟି କିଶୋର ପାତ୍ର, ନୀଳକଣ୍ଠ ସାହୁ, ଦୁର୍ଗା ପଣ୍ଡା, ସୁରେନ୍ଦ୍ର ମହାରଣା, ଦଣ୍ଡପାଣି ନାୟକ, ସନ୍ତୋଷ ସେଠୀ, ବିଷ୍ଣୁପ୍ରିୟା ସାହୁ, ମନୋଜ ସାହୁ, ଯୁବ ସଭାପତି ଅଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share this post

Previous Post Next Post