ଜନତାଙ୍କ ଗହଣରେ ଚଳଚ୍ଚିତ୍ର ଦେଖିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା


"ସାବରମତୀ" ଚଳଚ୍ଚିତ୍ର ସାମ୍ବାଦିକ ଓ ସାମ୍ବାଦିକତା ପାଇଁ ଏକ ଜ୍ୱଳନ୍ତ ଉଦାହରଣ ହେଉ

ବ୍ରହ୍ମପୁର, ୨୮/୧୧ (ଅଭିଜିତ କର): ଶତାଧିକ ଜନ ସାଧାରଣ ଓ ବହୁ ଦଳୀୟ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଚଳଚ୍ଚିତ୍ର ଦେଖିଲେ ରାଜ୍ୟ ସରକାରଙ୍କ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀନଗର ଛକ ସ୍ଥିତ ରୁକ୍ମଣୀ ସିନେମା ହଲରେ ଚାଲୁ ରହିଥିବା ଚଳଚ୍ଚିତ୍ର "ଦି ସାବରମତୀ ରିପୋର୍ଟ୍" ଯାହା ୨୦୦୨ ମସିହାରେ ଗୁଜୁରାଟର ଗୋଧ୍ରା ଠାରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ ଅଟେ । ଏହି "ଦି ସାବରମତୀ ରିପୋର୍ଟ୍" ଚଳଚ୍ଚିତ୍ର ଦେଖିବାକୁ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବ୍ରହ୍ମପୁର ସ୍ଥିତ ରୁକ୍ମିଣୀ ସିନେମା ହଲ୍ ରେ ଦେଖିଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ବାସ୍ତବିକ ଘଟଣା ସମ୍ପର୍କରେ ଆଧାରିତ ଏହି ଚଳଚ୍ଚିତ୍ର ଉକ୍ତ ଘଟଣାକୁ ବହୁ ବର୍ଷ ଧରି ଚାପି ହୋଇ ରହିଥିବା ସତ୍ୟତାକୁ ପରି ପ୍ରକାଶ କରିଛି । 

ଏହାସହ ଆମ ଭାରତୀୟ ସାମ୍ବାଦିକତା ଓ ସାମ୍ବାଦିକ ମାନଙ୍କ ନିରପେକ୍ଷ, ନିର୍ଭୀକ ଓ ସତ୍ୟ ସମ୍ବାଦ ପରିବେଷଣ କରିବା ଉପରେ ଆହ୍ବାନ ଦେଇଥିଲେ। ୨୦୦୨ ମସିହାରେ ଘଟିଥିବା ଘଟଣାକୁ କିଭଳି ଦୁର୍ଘଟଣା ବୋଲି ଦର୍ଶାଇ ସତ୍ୟ ତଥ୍ୟକୁ ଲୋକ ଲୋଚନକୁ ଆଣିବା ବାଧକ ସାଜିଥିବା ଘଟଣା ସମ୍ପର୍କରେ ଜନ ସାଧାରଣ ଏହି ଚଳଚ୍ଚିତ୍ରକୁ ଦେଖି ସତ୍ୟତା ଜାଣନ୍ତୁ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ, ବରିଷ୍ଠ ନେତା ସୁରେଶ ପାଢ଼ୀ, ରମେଶ ତ୍ରିପାଠୀ, ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର, ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପିତବାସ ପଣ୍ଡା, କର୍ପୋରେଟର ସବିତା ସାହୁ, ବନିତା ସାହୁ, ବାଳକୃଷ୍ଣ ସାମନ୍ତରା, ଯୁବ ନେତା ସୁନିଲ ପାତ୍ର, ଏଲ୍ ମହୋନ ଦାସ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ତେବେ ଜିଲ୍ଲାର ଜଣେ ଦକ୍ଷ ନେତା ତଥା ମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ଥିବା ବେଳେ, ଏହି ଗସ୍ତରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର କିମ୍ବା ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଦେଖା ନଥିଲା । ଏମିତି କି, ଆସନ୍ତା ୧ ତାରିଖ ଦିନ ବ୍ରହ୍ମପୁର ବିଧାୟକଙ୍କ ଦ୍ଵାରା ସ୍ବତନ୍ତ୍ର ରୂପେ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି । ତେବେ ରାଜ୍ୟର ଜଣେ ମନ୍ତ୍ରୀଙ୍କ ଗସ୍ତ ସମୟରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଅନୁପସ୍ଥିତ ବ୍ରହ୍ମପୁର ଜନ ସାଧାରଣଙ୍କ ମଧ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି।

Share this post

Previous Post Next Post