ଚଳଚ୍ଚିତ୍ର ନିର୍ଦ୍ଦେଶକ ହେମନ୍ତ କୁମାରଙ୍କୁ ଆଉଟଷ୍ଟାଣ୍ଡିଂ ଫିଲ୍ମ ଏଚିଭମେଣ୍ଟ ପୁରସ୍କାର
ବ୍ରହ୍ମପୁର, ୨୮/୧୧ (ଅଭିଜିତ କର): ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁର ଫିଲ୍ମ ଏପ୍ରେସିଏସନ୍ କ୍ଲବ୍ ପକ୍ଷରୁ ବ୍ରହ୍ମପୁର ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବର ଅଧ୍ୟକ୍ଷ ମନୋଜ କୁମାର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ହେମନ୍ତ କୁମାର ଦାସ ଯୋଗଦେଇ ଥିବା ବେଳେ, ସମ୍ମାନିତ ଅତିଥି ରୂପେ ମେୟର ସଂଘମିତ୍ରା ଦଳାଇ, ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ସୁବାସ ମହାରଣା, ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ଅଧିକାରୀ ତଥା ନାଟକ ନିର୍ଦ୍ଦେଶକ ରବି ନାରାୟଣ ବେହେରା, ସାମ୍ବାଦିକ ଅଶୋକ ବ୍ରହ୍ମା, ନୀଳକଣ୍ଠ ସାହୁ, କିରଣବାଳା ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ। ଏନେଇ ମୁଖ୍ୟ ଅତିଥି ଶ୍ରୀ ହେମନ୍ତ ନିଜ ବକ୍ତବ୍ୟରେ, ନୂତନ ପିଢ଼ିଙ୍କୁ ଡିଜିଟାଲ ଏଣ୍ଟରଟେନମେଣ୍ଟ ୱାର୍ଲଡ୍ ଉପଲକ୍ଷେ ପ୍ରସ୍ତୁତ ହେବାକୁ ପ୍ରେରଣା ଦେଇଥିଲେ। ସେହିଭଳି ଅନ୍ୟ ଅତିଥି ମାନେ ମଧ୍ୟ ନିଜ ନିଜ ବକ୍ତବ୍ୟରେ ଅନୁଷ୍ଠାନର ମୁଖ୍ୟ ତଥା ପରିଚାଳକ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ଏହି ପ୍ରୟାସ ପାଇଁ ସାଧୁବାଦ ଜଣାଇବା ସହ ଏହି ପ୍ରୟାସ ଜାରି ରଖିବାକୁ ଆହ୍ବାନ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଶ୍ରୀ ସାମଲ କହିଛନ୍ତି ଯେ, କଳା, ସାହିତ୍ୟ, ସଂସ୍କୃତି, ଖାଦ୍ୟପେୟ, ରହଣି ଜନିତ ସୁବିଧା ଏବଂ ପ୍ରାକୃତିକ ସମ୍ପଦରେ ଭରପୂର ଗଞ୍ଜାମ ଜିଲ୍ଲାରେ ଏକ ଚଳଚ୍ଚିତ୍ର ନିର୍ମାଣ ଷ୍ଟୁଡିଓ ଏବଂ ଜିଜିଟାଲ୍ ଲ୍ୟାବ୍ ପ୍ରତିଷ୍ଠା ଦାବି ତଥା ଆମ ଅଞ୍ଚଳର ପିଲାଙ୍କୁ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ପ୍ରେରଣା ଦେବାର ଅଭିପ୍ରାୟ ନେଇ ଲକ୍ଷ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି ବୋଲି ଅନୁଷ୍ଠାନର ମୁଖ୍ୟ ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ହେମନ୍ତଙ୍କୁ ଆଉଟଷ୍ଟ୍ରେଣ୍ଡିଂ ଫିଲ୍ମ ଏଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସର୍ଟ ଫିଲ୍ମ, ଡକ୍ୟୁମେଣ୍ଟାରୀ ଏବଂ ଫିଚର୍ ଫିଲ୍ମ ନିର୍ମାତା ମାନଙ୍କୁ ମଧ୍ୟ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାରେ ଉତ୍କର୍ଷତା ହାସଲ କରିଥିବା ‘ମାଟି ଆମ ଜୀବନ'କୁ ଶ୍ରେଷ୍ଠ ପ୍ରାମାଣିକ ଚିତ୍ର ଭାବେ ପୁରସ୍କୃତ କରାଯାଇଥିବା ବେଳେ ଆଦର୍ଶ ପ୍ରଧାନ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପୁରସ୍କୃତ ହୋଇଥିଲେ । ଏହି ଉତ୍ସବକୁ ଏନ୍. ରାମବାବୁ, ରମେଶ ମହାରଣା, ରଶ୍ମିତା କୁମାରୀ ଦଳାଇ, ଲକ୍ଷ୍ମୀ ନାରାୟଣ ସାବତ, ରଞ୍ଜିତା ପାତ୍ର, ଅନିଲ ପଟ୍ଟନାୟକ, ସୁଦୀପ୍ତ ପଟ୍ଟନାୟକ, ଅଜିତ ନାହାକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Social Footer