ଡାକ୍ତରଖାନାରେ ମିଳିଲାନି ସାପ କାମୁଡ଼ା ଇଞ୍ଜେକସନ; ଚାଲିଗଲା ରୋଗୀ ଜୀବନ !

 

ସାପ କାମୁଡା ଇଞ୍ଜେକସନ ନମିଳିବାରୁ ଚାଲିଗଲା ମହିଳାଙ୍କ ଜୀବନ। ଏହି ଘଟଣାଟି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହି ଘଟଣା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।  ମୃତ ମହିଳା ଜଣଙ୍କ ହେଉଛନ୍ତି ଅନୁସୟା ମହାରଣା। ତାଙ୍କୁ ବୟସ ମାତ୍ର ୪୯ ବର୍ଷ। ଅଭିଯୋଗ ଅନୁସାରେ, ଆଜି ସକାଳେ ମହିଳା ଜଣଙ୍କ ନିଜ ଘର ପଛ ପଟ ବାଡ଼ିରେ କାମ କରୁଥିଲେ। 

ଏହି ସମୟରେ ମହିଳାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ସାପ କାମୁଡ଼ା ଇଞ୍ଜେକସନ ନଥିଲା।  ଷ୍ଟାପ ନର୍ସ ବାହାରୁ ଇଞ୍ଜେକସନ କଣି ଆଣିବା ଦେବା ପାଇଁ ପରିବାର ଲୋକଙ୍କୁ କହିଥିଲେ। ଇଞ୍ଜେକସନ ଆଣି ଦେଲା ବେଳକୁ ରୋଗୀର ଜୀବନ ଚାଲିଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।

ବଡ଼ ପାରିର ସରପଞ୍ଚ ପ୍ରଫୁଲ କୁମାର ଦାଶ କହିଛନ୍ତି, ଆଜି ସକାଳ ୬ଟା ୧୫ମିନିଟ୍‌ରେ ଡାକ୍ତରଖାନାରେ ରୋଗୀ ପହଞ୍ଚିଥିବା ବେଳେ କୌଣସି ଡାକ୍ତର ଓ ଷ୍ଟାପ ନର୍ସ ନଥିଲେ ଫଳରେ ଡାକ୍ତରଖାନାର ସିକ୍ୟୁରିଟି ରୋଗୀର ଚିକିତ୍ସା କରିଥିଲେ। ତା’ପରେ ଷ୍ଟାପ ନର୍ସ ପହଞ୍ଚି ରୋଗୀ ଦେଖିଥିଲେ। 

ପରେ ଡାକ୍ତରଖାନାରେ ସାପ କାମୁଡା ଇଞ୍ଜେକସନ୍ ନଥିବାରୁ ବାହାରୁ ଆଣିବାକୁ କହିଥିଲେ। ବାହାରୁ କିଣି ଆଣିବା ବିଳମ୍ବ ହୋଇଥିଲା। ପରେ ରୋଗୀର ଜୀବନ ଚାଲିଯାଇଥିଲା।  ତେବେ ଏପରି ଘଟଣାକୁ ସାଧାରଣରେ ତିବ୍ର ନିନ୍ଦା କରିବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି କରିଛନ୍ତି ।

Share this post

Previous Post Next Post