Breaking News

ଅଟୋକୁ ପିଟିଲା ଟ୍ରକ୍‌, ଅଧାରେ ରହିଲା ହବିଷ୍ୟାଳିଙ୍କ ଜଗା ଦର୍ଶନ, ଜଣେ ମୃତ ୩ ଆହତ

 



ପୁରୀ ଜିଲ୍ଲା NH-୧୬ ଟାଙ୍ଗୀ ଚଣ୍ଡେଶ୍ୱର ନିକଟରେ ହବିଷ୍ୟାଳୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ମୃତ ଓ ୩ ଆହତ ହୋଇଛନ୍ତି ।  ଆହତଙ୍କୁ ଉଦ୍ଧାର କରାଯାଇ ଟାଙ୍ଗୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଆଜି କୟଥପଲ୍ଲାରୁ ୭ ଜଣ ହବିଷ୍ୟାଳୀ ଅଟୋରେ ଜଗା ଦର୍ଶନ କରିବା ପାଇଁ ପୁରୀ ଯାଉଥିଲେ । ଏହି ସମୟରେ NH-୧୬ ଟାଙ୍ଗୀ ଚଣ୍ଡେଶ୍ୱର ନିକଟରେ ଅଟୋକୁ ଟ୍ରକ୍ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଟାଙ୍ଗୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅଟୋ ଚାଳକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ହବିଷ୍ୟାଳୀମାନେ କାର୍ତ୍ତିକ ମାସରେ ପୁଣ୍ୟ ଅର୍ଜନ କରିବା ପାଇଁ ପୁରୀ ଯାଉଥିଲେ । କିନ୍ତୁ କିଏ ଜାଣିଥିଲା ହବିଷ୍ୟାଳିଙ୍କ ଜଗା ଦର୍ଶନ ଅଧାରେ ରହିଯିବ । ଆଉ ଦୁର୍ଘଟଣା ଘଟି ଏମିତି ଅଘଟଣ ଘଟିବ । ଏହି ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Type and hit Enter to search

Close