ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ବର୍ଷା ସମ୍ଭାବନା

 

ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା । ପଶ୍ଚିମଦିଗକୁ ଗତି କରି ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳ ଯିବା ଅନୁମାନ। ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା। ତାମିଲନାଡୁ ଓ କେରଳ ଉପକୂଳରେ ପ୍ରବଳ ବର୍ଷା ଆଶଙ୍କା । ୧୧ରୁ ୧୪ରେ ଆନ୍ଧ୍ର, ତାମିଲନାଡୁ ଓ କେରଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି । 

୧୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ସେପଟେ ଆସନ୍ତା ୧୫ରୁ ରାଜ୍ୟରେ ପାରଦ ଖସିବା ସାଙ୍ଗକୁ ରାଜ୍ୟରେ ଶୀତ ଅନୁଭୂତ ହେବ । ୧୫ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବାନା ରହିଛି। ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ସହ ପାଗର ଶୁଷ୍କତା ଯୋଗୁ ଆଗକୁ ଧୀରେ ଧୀରେ ତାପମାତ୍ରା କମିବ ଓ ଶୀତ ପଡ଼ିବ ।

Share this post with your friends