ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡ୍କୋ ଜୁନିୟର ମ୍ୟାନେଜର ବିଜୟ ଉଦୟସିଂହ ଅଟକ ରହିଛନ୍ତି । ତାଙ୍କ ଘରେ ଚଢ଼ାଉ କରାଯିବା ପରେ ଅଟକ ରଖିଛି ଭିଜିଲାନ୍ସ । ଗତକାଲି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡ୍କୋ ଜୁନିୟର ମ୍ୟାନେଜର ବିଜୟ ଉଦୟସିଂହ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ତାଙ୍କର ଭୁବନେଶ୍ଵରରେ ଏକ ୪ ମହଲା ବିଶିଷ୍ଟ କୋଠା ଠାବ କରାଯାଇଛି । ଯାହାର ବଜାର ମୂଲ୍ୟ ୩ କୋଟି ୨୨ ଲକ୍ଷ ମୂଲ୍ୟର ହେବ ବୋଲି ଜଣାପଡ଼ିଛି । ସେହିପରି ପୁରୀ ବାଲୁଖଣ୍ଡ ମଉଜାରେ ଏକ ଫ୍ଲାଟ୍, ଭୁବନେଶ୍ଵର ଓ ଖୋର୍ଦ୍ଧାରେ ୩ଟି ଘର ଠାବ କରାଯାଇଛି । ୫୫ ଲକ୍ଷର ବ୍ୟାଙ୍କ ଜମା ରାଶି ସହ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଭିଜିଲାନ୍ସ ଟିମକୁ ମିଳିଛି ।
ଚଢ଼ାଉରେ ତାଙ୍କ ବିଳାସମୟ ଏବଂ ଆଧୁନିକୀକରଣ ଘରକୁ ଦେଖି ତାଜୁବ ହୋଇଯାଇଥିଲେ ଅଧିକାରୀ । ସେ ଘରର ଗେଟ୍ ରିମୋଟ୍ ଦ୍ୱାରା ପରିଚାଳିତ ହେଉଥିଲା । ସେହିପରି ସମସ୍ତ କବାଟ୍ ଡିଜିଟାଲ ଲକ୍ , ୧୦ ଅଧିକ ଏସି, ସେଣ୍ଟ୍ରାଲ୍ ଗିଜର ଆଦି ଦେଖିବାକୁ ମିଳିଥିଲା । ଜବତ ସମ୍ପତ୍ତି ବାବଦରେ ଅଧିକ ଖୋଳତାଡ଼ କରିବାକୁ ତାଙ୍କୁ ଅଟକ ରଖାଯାଇଛି । ଏହି ରେଡ୍ ରେ ଭିଜିଲାନ୍ସର ୮ ଜଣ ଡିଏସପି, ୮ ଜଣ ଇନସ୍ପେକ୍ଟର୍ ଏବଂ ଅନ୍ୟ ସହ କର୍ମଚାରୀ ସାମିଲ ଥିଲେ ।
Social Footer