ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ , ୧୬ ଆହତ

 

ଛତିଶଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଛନ୍ତି । ବକାୱଣ୍ଡ ସ୍ଥିତ ରାଜନଗର ଗାଁ ନିକଟରେ ପିକଅପ୍ ଭ୍ୟାନ୍ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବାରୁ ୩ ଜଣ ଓଡ଼ିଶା ଶ୍ରମିକ ପ୍ରାଣ ହରାଇଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି । ମୃତକମାନେ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳର କେରା ଗାଁର ପୂର୍ଣ୍ଣି ଭତରା (୫୬), ଶିରିଗୁଡ଼ା ଗାଁର ଧନାଇ ଭତ୍ରା(୪୨)  ଓ ଦୟାବତୀ ସରାବୁ (୪୪) ବୋଲି ସୂଚନା ମିଳିଛି । ଆହତମାନଙ୍କୁ ଡିମରାପାଲ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନବରଙ୍ଗପୁର ଜିଲ୍ଲାର ଏମ.କେରାଗାଁ ପଞ୍ଚାୟତ ଶିରାଗୁଡ଼ା ଗ୍ରାମରୁ ୨୦ରୁ୨୫ ଶ୍ରମିକ ଛତିଶଗଡ଼ର ଏକ ଫାର୍ମକୁ ଚାଷ କାମ କରିବାକୁ ଯାଇଥିଲେ । ସେଠାରୁ ଏକ ପିକ୍ ଭ୍ୟାନରେ ଓଡ଼ିଶା ଫେରୁଥିଲେ । ଏହି ସମୟରେ ବକାୱଣ୍ଡ ନିକଟରେ ପିକଅପ୍ ଭ୍ୟାନଟି ଗୋଟିଏ ଟ୍ରାକ୍ଟରକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଲରେ ଭ୍ୟାନରେ ଥିବା ଶ୍ରମିକମାନେ ଆହତ ହୋଇଥିଲେ । 

ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣ ପ୍ରାଣ ହରାଇଛନ୍ତି । ୧୬ ଜଣ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତମାନଙ୍କୁ ଡିମରାପାଲ ସରକାରୀ ମେଡ଼ିକାଲରେ ଚିକିତ୍ସା ଚାଲିଛି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମେଡିକାଲ ପହଁଚି ଆହତଙ୍କୁ ଭେଟି ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଯାଞ୍ଚ କରିଛନ୍ତି ।

Share this post with your friends

Prev Post Next Post