ଖୋଲିଲା ଧାନ ମଣ୍ଡି,ଶୁଭାରମ୍ଭ କଲେ ଯୋଗାଣ ମନ୍ତ୍ରୀ
ଆନୁଷ୍ଠାନିକ ଭାବେ ବରଗଡର ସୋହେଲାରେ ଖୋଲିଲା ଧାନମଣ୍ଡି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂଜାର୍ଚ୍ଚନା କରିବା ପରେ ଧାନମଣ୍ଡିର ଶୁଭାରମ୍ଭ କରାଯିବା ସହ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ଧାନ କ୍ଵିଣ୍ଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବେ ।
ସୋହେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଇଜିତ ହୋଇଛି। ଧାନ ମଣ୍ଡି ଖୋଲିବା ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଏବଂ ଚାଷୀଙ୍କ ପାଇଁ ଖୁସିର ଦିନ। ଚଳିତ ଖରିଫ ଋତୁରେ ଚାଷୀ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ। କେନ୍ଦ୍ର ୨୩ ଶହ ଏବଂ ରାଜ୍ୟ ସରକାର ଅତିରିକ୍ତ ୮୦୦ ଟଙ୍କା ଦେବେ।
ସମବାୟ ମନ୍ତ୍ରୀ କହିଛନ୍ତି ବାହାର ରାଜ୍ୟ ବେପାରୀଙ୍କ ଉପରେ ରହିବ କଡ଼ା ନଜର । ଧାନ ସଂଗ୍ରହ ପାଇଁ ହୋଇଥିବା ମନ୍ତ୍ରୀସ୍ତରୀୟ କମିଟିର ଅଧକ୍ଷ୍ୟ ତଥା କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କିଭଳି ସୁରୁଖୁରୁରେ ଧାନକିଣା ହେବ ସେନେଇ ପ୍ରସ୍ତୁତି ହୋଇଛି । ଧାନ କିଣାର ଗୋଟେ ସ୍ଲିପ ଚାଷୀ ଏବଂ ଆଉ ଗୋଟେ ସରକାରଙ୍କ ପାଖରେ ରହିବ । ଧାନରେ ଆଦ୍ରତା ଓ ଏଫଏକ୍ୟୁ ଅନୁଯାୟୀ କ୍ବାଲିଟି ଧାନ କିଣାଯିବ । ଯେଉଁଠି ଏଫଏକ୍ୟୁ ମାନ କମ୍ ଥିବ ଏବଂ ଆଦ୍ରତା ଥିବ ସେଠାରେ ଧାନ କେତେ ପ୍ରତିଶତ କଢାଯିବ ନିର୍ଦ୍ଧାରିତ କରାଯିବ ।
ପ୍ରତ୍ୟେକ ମଣ୍ଡିରେ ଜଣେ ନୋଡାଲ ଅଫିସର ରହିବେ । ୪/୫ ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ । ଜିଲ୍ଲାର ଧାନ କିଣା ଦାୟିତ୍ବରେ ଜିଲ୍ଲାପାଳ ରହିବେ । ଦୁଇ ଜିଲ୍ଲାରେ ଧାନକିଣା ଦାୟିତ୍ବରେ ରହିବେ ଜଣେ ମନ୍ତ୍ରୀ । ସରକାର ଚାହୁଁଛନ୍ତି ମିଲିଡ ମ୍ୟାନ ନରହି ଚାଷୀ ସିଧା ବେନିଫିଟ ପାଆନ୍ତୁ ।