ଶୀତଦିନେ ଫିଟ୍ ରହିବା ପାଇଁ ବଦଳାନ୍ତୁ ଏହିସବୁ ଅଭ୍ୟାସ, ଜାଣନ୍ତୁ କ’ଣ ଓ କିପରି

 

ଶୀତର ଆଗମନ ହୋଇଯାଇଛି। ଏହା ସହିତ ଆପଣଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି। ଶୀତ ବଢ଼ିବା ସହ ଆପଣଙ୍କ ଖାଦ୍ୟପେୟ ଏବଂ ବ୍ୟାୟାମରେ ପରିବର୍ତ୍ତନ ହେବା ଉଚିତ୍। ଆସନ୍ତୁ ଜାଣିବା ଅତ୍ୟଧିକ ଶୀତରେ ସ୍ବାସ୍ଥ୍ୟପ୍ରତି କିପରି ସନ୍ତୁଳନ ବଜାୟ ରଖିବେ।

ସୀମିତ ପରିମାଣରେ ଖାଆନ୍ତୁ :

‘ଅତି ଲେମ୍ବୁ ଚିପୁଡ଼ିଲେ ପିତା’। ସବୁ ଜିନିଷ ଅତି କଲେ ଖରାପ। ଆପଣଙ୍କୁ ଯାହା ପସନ୍ଦ ଖାଆନ୍ତୁ କିନ୍ତୁ ଆବଶ୍ୟକତାଠାରୁ ଅଧିକ ନୁହେଁ। ଶରୀରକୁ ଯେତିକି ଖାଦ୍ୟ ପ୍ରୟୋଜନ ସେ ସେତିକି ଗ୍ରହଣ କରିଥାଏ ଏବଂ ବାକି ତକ ଶକ୍ତିଭାବେ ସଞ୍ଚୟ କରି ରଖିଥାଏ। କିନ୍ତୁ ଏହାର ଅତ୍ୟଧିକ ମାତ୍ରା ଚର୍ବିରେ ରୂପାନ୍ତରିତ ହୋଇଥାଏ।

ସକ୍ରିୟ ଏବଂ କର୍ମଠ ରୁହନ୍ତୁ :

ଶୀତଦିନେ ଅଧିକାଂଶ ଲୋକ ବ୍ୟାୟାମ କରନ୍ତି ନାହିଁ। ଶୀତ ବଢ଼ିଲେ ଅଳସୁଆ ଲାଗିଥାଏ। କିନ୍ତୁ ଜରୁରୀ ନୁହେଁ କି ବ୍ୟାୟାମ ପାଇଁ ଜିମକୁ ଯିବାକୁ ପଡ଼ିବ। ଯଦି ଆପଣ କୈାଣସି ଦିନ ଜିମ୍ ଗଲେ ନାହିଁ ତାହେଲେ ଘରେ ମଧ୍ୟ ବ୍ୟାୟାମ କରିପାରିବେ। ଅଧିକରୁ ଅଧିକ ଚାଲନ୍ତୁ। ଲିଫ୍ଟ ପରିବର୍ତ୍ତେ ଚାଲିବା ପାଇଁ ସିଡ଼ିର ବ୍ୟବହାର କରନ୍ତୁ।

ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ :

ଶୀତ ଦିନେ ଆପଣଙ୍କୁ ଶୋଇବାକୁ ଅଧିକ ସମୟ ନ ମିଳିପାରେ କିନ୍ତୁ ଆପଣ ଯେତିକି ସମୟ ଶୋଉଛନ୍ତି ଯଥେଷ୍ଟ ପରିମାଣରେ ଶୁଅନ୍ତୁ। ନିଦ୍ରା କରୁଥିବା ସମୟରେ ଆମ ଶରୀର ବିଷାକ୍ତ ଉପାଦାନକୁ ବାହାର କରି ଶରୀରରେ ଶକ୍ତି ସଞ୍ଚାର କରିଥାଏ। ନିଦ ଭଲ ହେଲେ ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

ଦ୍ବିପ୍ରହର ଖାଦ୍ୟ ଖାଇବା ପୂର୍ବରୁ ରୋଷେଇ ହୋଇ ନଥିବା ଖାଦ୍ୟ ଖାଆନ୍ତୁ :

ଶୀତଦିନେ ସୁସ୍ଥ ରହିବା ପାଇଁ ଏହା ଏକ ଭଲ କୈାଶଳ ଅଟେ। ଲଞ୍ଚ ଖାଇବା ପୂର୍ବରୁ ରୋଷେଇ ହୋଇ ନଥିବା ଖାଦ୍ୟ ଖାଆନ୍ତୁ। ଆପଣ ଫଳ, ଗଜାଜାତୀୟ ଖାଦ୍ୟ, ଜୁସ୍ ଏବଂ ଅଣ୍ଡା ଆଦି ଖାଇପାରିବେ। ଏହା ପରେ ଆପଣ ଲଞ୍ଚରେ ରୋଷେଇ ଖାଦ୍ୟ ଖାଇପାରିବେ।

Share this post

Previous Post Next Post