Breaking News

ଘରେ ପ୍ରସ୍ତୁତ କରନ୍ତୁ ବେବିକର୍ଣ୍ଣ ମଞ୍ଚୁରିଆନ

 

ଆବଶ୍ୟକ ସାମଗ୍ରୀ :

ଅଧକିଲୋ ଚୋପାଛଡ଼ା ଓ ପାଣିରେ ସିଝାଯାଇଥିବା ବେବିକର୍ଣ୍ଣ, ୨ଟି ଫେଣ୍ଟା ଅଣ୍ଡା, ଅଧକପରୁ ଅଧିକ ମଇଦା, ୧ ଛୋଟ ଚାମଚ ଅଦା ରସୁଣ ପେଷ୍ଟ, ୨ ଚିମୁଟା ଅଜିନୋ ମୋଟୋ, ୧ ଚାମଚ କଟା ରସୁଣ, ୨ ଟେବଲସ୍ପୁନ ତେଲ, ୧ଟି କଟା ପିଆଜ, ୧ଟି କଟା କ୍ୟାପସିକମ, ଆବଶ୍ୟକ ଅନୁସାରେ ପାଣି। ସସ ପାଇଁ ୩ ବଡ଼ ଚାମଚ କର୍ଣ୍ଣଫ୍ଲୋର, ଅଧକପ ପାଣି, ୨ ଟେବଲସ୍ପୁନ ଭିନେଗାର, ଲୁଣ ଓ ସୋୟା ସସ ଦୁଇ ଚାମଚ ଲେଖାଏଁ, ଅଧକପ ଟମାଟୋ ରସ, ୧ବଡ଼ ଚାମଚ କଟା ଧନିଆ ପତ୍ର, ଚିମୁଟେ ଅଜିନୋମୋଟୋ, ଆବଶ୍ୟକ ଅନୁସାରେ ତେଲ।

ପ୍ରସ୍ତୁତି ପ୍ରଣାଳୀ :

ଏକ ପାତ୍ରରେ ଅଦା ରସୁଣ ପେଷ୍ଟ, ଅଣ୍ଡା, ଅଜିନୋ ମୋଟୋ ଓ ପାଣି ମିଶାଇ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣରେ ବେବି କର୍ଣ୍ଣ କୋଟିଂ କରି ୧୦ ମିନିଟ ଅଲଗା ରଖନ୍ତୁ। ପ୍ୟାନରେ ତେଲ ଗରମ କରି ବେବି କର୍ଣ୍ଣ ଗୋଲ୍ଡେନ ହେବା ଯାଏ ଛାଣନ୍ତୁ। ଏବେ ଏହାକୁ ଟିସ୍ୟୁ ପେପରକୁ ବାହାର କରି ଅତିରିକ୍ତ ତେଲ ବାହାର କରନ୍ତୁ। ପ୍ୟାନରେ ଦୁଇ ବଡ଼ ଚାମଚ ତେଲ ଗରମ କରି କଟା ରସୁଣ ଓ ପିଆଜ ଭାଜନ୍ତୁ। କ୍ୟାପସିକମ ପକାଇ କିଛି ସମୟ ଭାଜିବା ପରେ ସସ ମିଶ୍ରଣ ପକାଇ ଗାଢ଼ ହେବା ଯାଏ ଗୋଳାନ୍ତୁ। ଏବେ ଏଥିରେ ଛଣା ବେବିକର୍ଣ୍ଣ ପକାଇ ଏପଟ ସେପଟ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବେବିକର୍ଣ୍ଣ ମଞ୍ଚୁରିଆନ। ସର୍ଭିଂ ଗିନାରେ ବାହାର କରି ଗରମ ଗରମ ପରଷନ୍ତୁ।

Type and hit Enter to search

Close