ତେଜିଲା ମନୋଜ ମିଶ୍ର ଓ ବବି ଇସଲାମ କଳି, ଡିସିପି ଅଫିସରେ ହାତାହାତି ହେଲେ ଦୁଇ ଅଭିନେତା । ପୋଲିସ ଉପସ୍ଥିତିରେ ଡିସିପି ଅଫିସ୍ ସମ୍ମୁଖରେ ହାତ ହାତୀ ହେଉଥିବାର ଦୃଶ୍ୟ ଏବେ ଭାଇରାଲ ହେଉଛି । ତେବେ କଳିରେ ସାମିଲ ହେଲେ ଓଲିଉଡ ଇଣ୍ଡଷ୍ଟ୍ରିର ଅନ୍ୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ । ସେପଟେ ପୋଲିସ ସେବା ଭବନରେ ଦୁଇ ପକ୍ଷକୁ ବୁଝାଇବା ପାଇଁ ଉଦ୍ୟମ ଚାଲିଛି । ଏହି ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଥିଲେ ବବି ଇସଲାମ । ଅଭିନେତା ମନୋଜ ମିଶ୍ରଙ୍କ ଅଭିଯୋଗ ଆଧାରରେ ଦ୍ଵିତୀୟ ଥର ପାଇଁ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଥିଲେ ନିର୍ଦ୍ଦେଶକ ବବି ଇସଲାମ । ହେଲେ ସେଦିନ ଆସିନଥିଲେ ମନୋଜ ମିଶ୍ର ।
ମନୋଜଙ୍କୁ ରାଣ୍ଡୀ ପୁଅ ଅନନ୍ତା କହିବା ପରେ, ଥାନାରେ ଅଭିଯୋଗ କରିଥିଲେ ମନୋଜ । ଆପୋଷ ବୁଝାମଣା ପାଇଁ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଆସିବାକୁ କହିଥିଲା । ମନୋଜଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ଆସିନଥିଲେ । ଅନ୍ୟପଟେ ମନୋଜଙ୍କ ଗ୍ୟାଙ୍ଗ ଧମକାଉଥିବା ନେଇ ପୂର୍ବରୁ ଦରଘାବଜାର ଥାନାରେ ଅଭିଯୋଗ କରିଥିଲେ ବବି ଇସଲାମ। ତେବେ ଆଜି ଏହି ଆରୋପ ପ୍ରତ୍ୟାରୋପର ସମାଧାନ ଆଜି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
Social Footer