ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୩୦ରୁ ଅଧିକ ଆହତ

 

ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡା ଛକରେ ଦୁର୍ଘଟଣା । ରାସ୍ତା କଡରେ ଥିବା ଏକ ଗଛକୁ ପିଟି ହୋଇ ଏଲଟିପଡିଲା ଯାତ୍ରୀବାହୀ ବସ୍‌ । ଫଳରେ ଦୁର୍ଘଟଣାରେ ବସ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବା ସୂଚନା ମିଳିଛି ।

ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ମୁତାବକ, ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏକ ଘରୋଇ ବସ୍‌ ଭୁବନେଶ୍ବରରୁ ବଲାଙ୍ଗୀର ଯାଉଥିଲା । ହେଲେ ବସ୍‌ଟି ନୂଆଗାଁ ଥାନା ସୋରଡ଼ା ଛକରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତାରେ ଓଲଟି ପଡିଥିଲା । ଖବର ପାଇ ନୂଆଗାଁ ଥାନା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

Share this post with your friends

Prev Post Next Post