ଢେଙ୍କାନାଳ ଜିଲ୍ଲାର ଭୁବନ ଥାନାର କୀର୍ତ୍ତନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ନିକଟରେ ଥିବା ବ୍ରାହ୍ମଣୀ ନଦୀକୁ ବାପା ଆଗରେ ପୁଅ ଡେଇଁ ପଡିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି ।
ସୂଚନା ଅନୁସାରେ, ବୁଧବାର ନିଖୋଜ ଯୁବକ ଜଣକ ବାପାଙ୍କ ସହ ମାମୁ ଘରୁ ଆସୁଥିବା ସମୟରେ ହଠାତ ସାଇକେଲରୁ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିଲେ । ତୁରନ୍ତ ଏହି ଖବର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଯୁବକଙ୍କୁ ଖୋଜାଖୋଜି କରିଥିଲେ, କିନ୍ତୁ ରାତି ବହୁ ହେବାରୁ ଖୋଜାଖୋଜି କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ପୁଣି ଖୋଜାଖୋଜି ଆରମ୍ଭ କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଯୁବକଙ୍କର କୌଣସି ଖୋଜଖବର ମିଳିନାହିଁ । ନିଖୋଜ ଯୁବକ ଜଣକ ପର୍ଶୁରାମ କମାର । କେଉଁ କାରଣରୁ ଯୁବକ ଜଣକ ନଦୀକୁ ଡେଇଁ ପଡିଲେ ତାହା ଅସ୍ପଷ୍ଟ ରହିଛି ।
Social Footer