Breaking News

ରେଳ ଧାରଣା ଉପରେ ପଡ଼ିଲା ବିଦ୍ୟୁତ ତାର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

 

ମାଲକାନଗିରି ଜିଲ୍ଲା ବାଇଗୁଡ଼ା-କାକେରିଗୁମ୍ମା ରେଳ ଧାରଣା ଉପରେ ଓଭର ହେଡ୍‌ ବିଦ୍ୟୁତ ତାର ଛିଡ଼ି ପଡ଼ିଛି । ଫଳରେ ସେହି ବାଟେ ଦେଇ ଯାଉଥିବା ରେଳ ଚଳାଚଳା ବାଧାପ୍ରାପ୍ତ ହୋଇଛି । ରେଳ ବିଭାଗ ପକ୍ଷରୁ ମରାମତି କରାଯିବାର ୨ ଘଣ୍ଟା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି । 

ଗୁରୁବାର ସକାଳେ ବାଇଗୁଡ଼ା-କାକେରିଗୁମ୍ମା ରେଲୱେ ଟ୍ରାକ୍ ଉପରେ ଓଭର ହେଡ୍‌ ଇଲେକ୍ଟ୍ରିକ ତାର ହଠାତ ଛିଡ଼ି ପଡ଼ିଥିଲା । ଏଥିଯୋଗୁ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା । ଫଳରେ ସେହି ବାଟେ ଦେଇ ଯାଉଥିବା ଥିବା ରାଉରକେଲା ଇଣ୍ଟରସିଟିକୁ ଲକ୍ଷ୍ମୀପୁର ନିକଟରେ ଅଟକ ରଖାଯାଇଥିଲା । ସେହିପରି  ହୀରଖଣ୍ଡ ଏକ୍ସପ୍ରେସ୍ ବି ୨ଘଣ୍ଟା ବିଳମ୍ବରେ ପହଞ୍ଚିଥିବା ବେଳେ ସମେଲେଶ୍ୱରୀ ଓ ଡିଏସୟୁ ମଧ୍ୟ ଅଟକି ରହିଥିଲା । ଫଳରେ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ରେଳ ବିଭାଗ ପକ୍ଷରୁ ମରାମତି କରାଯିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

Type and hit Enter to search

Close