କାର୍ତ୍ତିକ ମାସ ଦ୍ୱିତୀୟ ସୋମବାରରେ ଚଳଳଚଞ୍ଚଳ ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠ । ଭକ୍ତମାନଙ୍କ ଧାର୍ମିକ ବିଶ୍ୱାସ ରହିଛି ଯେ ବାବା ଧବଳେଶ୍ୱରଙ୍କ ପାଖରେ ଯିଏ ଯେଉଁ ମାନସିକ କରିଥାଏ ତାହା ପୂର୍ଣ୍ଣ ହୋଇଥାଏ । ଯଦି କାହାର ସନ୍ତାନ ହେଉନାହିଁ , କିମ୍ବା କାହା ଛୁଆର ପାଟି ଖୋଲୁନାହିଁ ଏଭଳି ଅନେକ ଭକ୍ତ ବାବାଙ୍କ ପାଖରେ ମାନସିକ କରିଥାନ୍ତି . ଆଜି ବାବାଙ୍କ ପାଖରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହୋଇଥାଏ । ଏହାସହ ମନସ୍କାମନା ରଖି ଭକ୍ତମାନେ ମଧ ବାବାଙ୍କଠାରେ ଜଳାଭିଷେକ କରନ୍ତି । ବାବା ଧବଳେଶ୍ୱରଙ୍କ ପୀଠ ସହ ଆଜି ପୁଣ୍ୟ କାର୍ତ୍ତିକର ସୋମବାର ହୋଇଥିବାରୁ ଅନ୍ୟ ଶିବପୀଠମାନଙ୍କରେ ମଧ୍ୟ ଗହଳି ଦେଖିବାକୁ ମିଳିଛି ।
Social Footer