ବଡ ଘୋଷଣା କଲେ ମନ୍ତ୍ରୀ ; ବଦଳିବ ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ , ରହିବ ଏହି ନାଁ

 

ପୁଣି ନବୀନଙ୍କ ଆଉ ଏକ ଛାପ ବଦଳିବାକୁ ଯାଉଛି । ପୂର୍ବ ସରକାରର ବହୁ ଚର୍ଚ୍ଚିତ ଯୋଜନା ‘ଆମ ଓଡିଶା, ନବୀନ ଓଡିଶା’ର ନାଁ ବଦଳିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ‘ଆମ ଓଡିଶା, ନବୀନ ଓଡିଶା’ ନାଁ ବଦଳିବ । ଏହାର ପରିବର୍ତ୍ତେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନାଁ ରହିବ । 

ଏଥିପାଇଁ ସରକାର ୨ ଦିନ ଭିତରେ ଗାଇଡ୍‌ଲାଇନ୍ ଆଣୁଛନ୍ତି । ଏଥିସହିତ ଗାଁ ଏବଂ ପଞ୍ଚାୟତମାନଙ୍କରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ । ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ମିଳିବ । ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଅଧିନରେ କୌଣସି କାମ ଆରମ୍ଭ ହେବା ପୂର୍ବରୁ ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁର ବିକାଶ ହେବ ବୋଲି ମତ ରଖିଛନ୍ତି ମନ୍ତ୍ରୀ ।

Share this post

Previous Post Next Post