ଭିଜିଲାନ୍ସ ଜାଲରେ ଫୁଡ ଇନ୍ସପେକ୍ଟର, ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ନାଁରେ ନେଉଥିଲେ ଲାଞ୍ଚ

 

ଲାଞ୍ଚ ନେଉଥିବା ବେଳେ ଫୁଡ୍‌ ସେଫ୍ଟି ଅଫିସରଙ୍କୁ ଧରିଛି ଭିଜିଲାନ୍ସ । କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଷ ମଜୁମଦାର ଭିଲାଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କ ପାଖରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି। ବିଭାଷ ଲାଇସେନ୍ସ କରାଇ ଦେବା ପାଇଁ ସଞ୍ଜୟ ପ୍ରଧ୍ୟାନ ନାମକ ଜଣେ ବ୍ୟକ୍ତିଙ୍କୁ ହଇରାଣ କରୁଥିଲେ। ଲାଇସେନ୍ସ କରିଦେବା ପାଇଁ ଆଜି କାଲି ସମୟ ଗଡ଼ାଇ ଚାଲିଥିଲେ। ହେଲେ ତାଙ୍କର ଲାଇସେନ୍ସ କରୁ ନଥିଲେ। ଶେଷରେ ଫୁଡ୍ ସେଫ୍ଟି ଅଫିସର ଲାଇସେନ୍ସ କରି ଦେବା ପାଇଁ ମୋଟା ଅଙ୍କର ଟଙ୍କା ମାଗିଥିଲେ। 

ସଞ୍ଜୟ ଫୁଡ୍ ସେଫ୍ଟି ଅଫିସରଙ୍କୁ ପ୍ରଥମେ ୪୦ ହଜାର ଟଙ୍କା ଦେଇଥିଲେ। ଆଉ ୫ ହଜାର ଟଙ୍କା ବାକି ଥିଲା। ଆଜି ଅବଶିଷ୍ଟ ଟଙ୍କା ନେବାକୁ କହିଥିଲେ ବିଭାଷ। ଏହି ଘଟଣାସଂପର୍କରେ ସଞ୍ଜୟ ଭିଜିଲାନ୍ସକୁ ପୂର୍ବରୁ ଅବଗତ କରାଇଥିଲେ। ଜାତୀୟ ରାଜପଥ ତିନିମୁହାଣୀ ଛକରେ ଫୁଡ୍ ସେଫ୍ଟି ଅଫିସର ଆଜି ଲାଞ୍ଚ ନେବା ବେଳେ ସେହି ସ୍ଥାନରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ। ଫୁଡ୍ ସେଫ୍ଟି ଅଫିସରଙ୍କୁ ଭିଜିଲାନ୍ସ ପଚରାଉଚରା କରିଥିବା ବେଳେ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ଏଥିସହ ଫୁଡ୍ ସେଫ୍ଟି ଅଫିସରଙ୍କ ଭଡ଼ା ଘର ଓ ପୈତୃକ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

Share this post

Previous Post Next Post