ଅଭିନେତା ଗୋବିନ୍ଦାଙ୍କୁ ବାଜିଲା ଗୁଳି, ମୁମ୍ବାଇର ଏକ ମେଡିକାଲରେ ଭର୍ତ୍ତି

 

ବଲିଉଡର ବର୍ଷିଆନ୍ ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ସୂଚନା ମୁତାବକ, ଭୁଲବଶତଃ ତାଙ୍କ ଗୋଡରେ ଗୁଳି ବାଜିଛି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ସୂଚନା ମିଳିଛି। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଆଜି ଭୋର ପ୍ରାୟ ୪ଟା ୪୫ ଗୋବିନ୍ଦା କୋଲକାତା ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। 

ଏହି ସମୟରେ ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ଆଲମାରୀରେ ରଖୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମିସ୍ ଫାୟାରିଂ ହୋଇ ତାଙ୍କ ଗୋଡ଼ରେ ଗୁଳି ବାଜିଛି। ଏହା ପରେ ତୁରନ୍ତ ତାଙ୍କୁ ମୁମ୍ବାଇର ଅନ୍ଧେରି ସ୍ଥିତ କ୍ରିଟି କେୟାର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କ ଗୋଡ଼ରୁ ଗୁଳି ବାହାର କରାଯାଇଥିବା ବେଳେ ସେ ଏବେ ବିପଦ ମୁକ୍ତ ଅଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି, ଅଭିନେତା ଏନେଇ କୌଣସି ଅଭିଯୋଗ ଦାଖଲ କରିନାହାଁନ୍ତି। ପୂରା ଘଟଣାର ତଦନ୍ତ ଜାରି ରହିଛି।

Share this post

Previous Post Next Post