ଗ୍ୟାସ୍‌ ସିଲିଣ୍ଡର ଫାଟି ଜଳିଗଲା ୧୦ ବଖରା, ସବୁ ଜଳିପୋଡ଼ି ଛାରଖାର

 

ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୧୦ ବଖରା ଘର। ଗଞ୍ଜାମ ଖଲ୍ଲିକୋଟରେ ଅଭାବନୀୟ ଘଟଣା ଘଟିଛି। କମଳାପଦର ଗାଁରେ ଗ୍ୟାସ୍ ଟାଙ୍କି ଫାଟି ୪ଟି ପରିବାରର ୧୦ ବଖରା ଘରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଘରର ସମସ୍ତ ଆସବାବପତ୍ର ସମେତ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି। ଘରେ ଶୋଇଥିବାବେଳେ ଭୋର୍ ସକାଳୁ ଏଭଳି ଅଘଟଣ ଘଟିଛି। ପରିବାର ଲୋକ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ପରେ ସ୍ଥାନୀୟ ଲୋକ ଏ ନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Share this post

Previous Post Next Post