Breaking News

ଆଜିଠୁ ଗଜଲକ୍ଷ୍ମୀ ପୂଜା, ଉତ୍ସବ ମୁଖର ଢେଙ୍କାନାଳ ସହର

 

ଆଜି ଧରାବତରଣ କରିବେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀ। ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ସାରା ସହର। ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳାରେ ସଜେଇ ହୋଇଛି ସାରା ସହର। ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାକୁ ଧୁମ୍ ଧାମରେ ପାଳନ କରିବାକୁ ନେଇ ବେଶ ଉତ୍କଣ୍ଠା ଓ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସହରବାସୀ। ତେବେ ପୂଜାର ପ୍ରସ୍ତୁତି ନେଇ ଲାଗି ପଡିଲେଣି କର୍ମକର୍ତ୍ତା। କାରିଗରଙ୍କ କାରିଗରୀରେ ଝଲସି ଉଠୁଛନ୍ତି ମା' ଗଜଲକ୍ଷ୍ମୀ। 

ତେବେ ଢେଙ୍କାନାଳର ସବୁଠୁ ପ୍ରସିଦ୍ଧ ପର୍ବ ହେଉଛି ଗଜଲକ୍ଷ୍ମୀ ପୂଜା। ଏହି ପୂଜାକୁ ନେଇ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି ଢେଙ୍କାନାଳବାସୀ। ତେବେ ଆଜି ମା' ଙ୍କର ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହର। ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳାରେ ସଜେଇ ହୋଇଛି ସହର। ମୀନାବଜାର, ଗଣେଶ ବଜାର,ଲକ୍ଷ୍ମୀ ବଜାର, କୈବଲ୍ୟ ବଜାର, ଗୁଡ଼ିଆ ନାଳୀ ଆଦି ବଜାରର ଚାନ୍ଦି ମେଢ, ବିଭିନ୍ନ ବଜାରର ସୁଉଚ୍ଚ ତୋରଣ ସାଙ୍ଗକୁ ୧୦କିଲୋମିଟର ବ୍ୟାପି ଆଲୋକ ସାଜସଜ୍ଜା କରାଯାଇଛି। ଆଜିଠୁ ୧୧ଦିନ ଧରି ଚାଲିବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ମୋଟ ୩୮ ଗୋଟି ପୂଜା ମଣ୍ଡପରେ ମା’ଙ୍କୁ ଆରାଧନା କରାଯିବ। ତେବେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Type and hit Enter to search

Close