Breaking News

କାଳିଆକୁ ଶେଷ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଷ୍ଟ୍ରେଚରରେ ପହଞ୍ଚିଲେ କର୍କଟ ରୋଗୀ

 

ଭକ୍ତର ଭକ୍ତି ଓ ଭାବ ଆଗରେ ଏ ସଂସାରର ସବୁ କିଛି ତୁଚ୍ଛ । ଯେତେବେଳେ ଭକ୍ତ ଓ ଭଗବାନ ଏକାଠି ହେବାର ସମୟ ଆସିବ ସେତେବେଳେ ସମୟ ଯେତେ ପ୍ରତିକୂଳ ଥାଉ ନା କାହିଁକି ସବୁ କିଛି ଠିକ ହୋଇଯିବ । ଭକ୍ତର ଭକ୍ତି ଆଗରେ ଭଗବାନ ବନ୍ଧା । ସେହି ଭଗବାନଙ୍କ ପାଇଁ ଜଣେ ଭକ୍ତ ଷ୍ଟ୍ରେଚରରେ ପୁରୀ ଆସିଛନ୍ତି କାଳିଆକୁ ଦେଖିବାକୁ । ଆମେ ଯେଉଁ ଭକ୍ତଙ୍କ କଥା କହୁଛୁ, ସେ ହେଉଛନ୍ତି ଯାଜପୁର ଜିଲ୍ଲା କୁଆଖାଇ ଗ୍ରାମର ବିଜୟ କୁମାର ତରେଇ । ସେ ବହୁଦିନ ହେବ କ୍ୟାନସର ରୋଗରେ ପୀଡି଼ତ ଅଛନ୍ତି । ଏବେ ସେ ଜୀବନ ମରଣ ସହ ଲଢେଇ କରୁଛନ୍ତି । 

ଏହି ସମୟରେ ବି ଭଗବାନଙ୍କୁ ଦେଖିବାର ଆଶା ତାଙ୍କ ମନରୁ ମଉଳିନି। ସେଥିପାଇଁ ଯାଜପୁରରୁ ପୁରୀକୁ ସେ ଷ୍ଟ୍ରେଚରରେ ବୁହା ହୋଇ ଜଗା ଦର୍ଶନ କରିବାକୁ ଆସିଛନ୍ତି । ଜୀବନର ଶେଷ ମୁହୂର୍ତ୍ତରେ ସେ ଜଗାର ଦର୍ଶନ କରି ଆଶିଷ ଲାଭ କରିବା ପାଇଁ ଆସିଛନ୍ତି । ପୁରୀରେ ପହଁଚିଲା ପରେ ସିଂହଦ୍ୱାର ସମ୍ମୁଖରେ ସେ ପ୍ରଭୁଙ୍କୁ ମୁଣ୍ଡିଆ ମାରି ଶେଷ ମୁହୂର୍ତ୍ତର ଆଶା ପୂରଣ କରିଥିଲେ । ଏହି ଦୃଶ୍ୟ ସେଠାରେ ଥିବା ଭକ୍ତଙ୍କୁ ଭାବ ବିହ୍ୱୋଳ କରିଦେଇଥିଲା ।

Type and hit Enter to search

Close