Breaking News

ପୁଣି ଆସୁଛି ଏକ ଲଘୁଚାପ ; ପୁଣି ଭିଜିବ ଓଡିଶା

 

ଆସନ୍ତା ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି । ଲଘୁଚାପ ପ୍ରଭାବରେ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । 

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଆସନ୍ତା ପାଞ୍ଚ ଦିନ ଥିବାରୁ ଏହାର ପ୍ରଭାବ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ । ତଥାପି ରାଜ୍ୟରେ କିଛି ସ୍ଥାନରେ କାଁ ଭାଁ ବର୍ଷା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।

Type and hit Enter to search

Close