ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; ଏପ୍ରିଲ ୨୨ ଓ ୨୩ ତାରିଖରେ ମିଳିବ ସୁଭଦ୍ରା ଟଙ୍କା

 

ସୋମବାର ସୁଭଦ୍ରା’ ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଚଳିତ ଏପ୍ରିଲ ମାସରେ ଦୁଇଥର ‘ସୁଭଦ୍ରା ଯୋଜନାର ଟଙ୍କା ଦିଆଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପ୍ରିଲ ୨୨ ଓ ୨୩ ତାରିଖରେ  ଯୋଗ୍ୟ ହିତାଧିକାରୀଙ୍କୁମିଳିବ ସୁଭଦ୍ରା ଟଙ୍କା । ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ। ସୁଭଦ୍ରା ଯୋଜନାରୁ ବାଦ ପଡିଥିବା  ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା।   ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ  ସୂଚନା ଦେଇ କହିଛନ୍ତି ଯେ ଏପ୍ରିଲ ୨୨ ଓ ୨୩ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ। 

ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଛନ୍ତି। ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା।  ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ।  ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି। ଅନ୍ୟପକ୍ଷରେ ଆଉ ଏକ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। SHG( ସ୍ବୟଂ ସହାୟକ ଗୋଷ୍ଠୀ)କୁ ନେଇ ସେ କହିଛନ୍ତି, ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ କରାଯିବ। ଏଥିରେ GPLF, CPL, BLFଙ୍କୁ ଜିଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଏବେ ସମସ୍ତଙ୍କୁ GPL ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ। ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି ସେମାନଙ୍କୁ ବାହାର କରି ନୂଆମାନଙ୍କୁ ସୁଯୋଗ ମିଳିବ।

Share this post

Previous Post Next Post