ଆଜି ବିଶ୍ୱ ପଖାଳ ଦିବସ : ଘରେ ଘରେ ମହକିବ ପଖାଳ କଂସାର ବାସ୍ନା

 

ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି।

ପଖାଳ ଦିବସରେ ଲୋକଙ୍କ ଚାହିଦାକୁ ଦେଖି ହୋଟେଲମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ପଖାଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଆମିଷ ଏବଂ ନିରାମିଷ ଖାଦ୍ୟ ପ୍ରସ୍ତୁତ କରି ପରସା ଯାଏ।

ଆଜି ଓଡ଼ିଶାର ଘରେ ଘରେ ଜମିଛି ପଖାଳ। ଲୋକମାନେ ମଧ୍ୟ ଆଜି ଘରେ ସ୍ୱତନ୍ତ୍ର ପଖାଳ ପ୍ରସ୍ତୁତ କରି ଖାଇବା ସହ ସମ୍ପର୍କୀୟଙ୍କୁ ଖୁଆଉଛନ୍ତି। ପଖାଳ କଂସା ସାଙ୍ଗକୁ ଆଳୁଭଜା, ଆଳୁ ଭର୍ତ୍ତା, କଦଳୀ ଭଜା, ବଡ଼ି ଚୁରା ଏବଂ ବାଇଗଣ ପୋଡ଼ା ଖାଇ ପଖାଳ ଦିବସ ମନାଉଛନ୍ତି ଲୋକେ।

ଏଥର ପଖାଳ ଦିବସ ଗୁରୁବାର ଦିନ ପଡ଼ୁଥିବାରୁ ପଖାଳ କଂସା ପାଖରେ ଅଧିକ ନିରାମିଷ ଆଇଟମ। ଅଳ୍ପ କିଛି ଲୋକଙ୍କ ପଖାଳ ସହ ଆମିଷର ସୁଆଦ ନେଇଛନ୍ତି। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଆଜି ପଖାଳ ଦିବସକୁ ବେଶ୍ ଉତ୍ସାହର ସହ ପାଳନ କରୁଥିବା ଦେଖିବାକୁ ମିଳିଛି।

Share this post

Previous Post Next Post