Breaking News

ଆଜିର ରାଶିଫଳ, 23 ମାର୍ଚ୍ଚ 2025, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

 

ମେଷ ରାଶି: ଶୀଘ୍ର ଧନ ଆୟ କରିବା ପାଇଁ କୌଣସି ଅସମ୍ଭବ ଯୋଜନାରେ ନିବେଶ କରିବାକୁ ଭୁଲ କରନ୍ତୁ ନାହିଁ। ପଢାଶୁଣାରେ ଆପଣଙ୍କ ପ୍ରଦର୍ଶନ ଉତ୍ତମ ରହିବ। ଯେଉଁମାନେ ମେଡିକାଲ ଷ୍ଟୋର୍‌ ବ୍ୟବସାୟ ସହ ଜଡ଼ିତ, ସେମାନଙ୍କୁ ହଠାତ୍‌ ଆର୍ଥିକ ଲାଭ ହୋଇପାରେ। ଆଜି ଛୋଟ ଛୋଟ ବିଷୟକୁ ଉପେକ୍ଷା କରି ଚାଲନ୍ତୁ। ମହିଳାମାନେ କାମରୁ କିଛିଟା ବିରାମ ପାଇବେ। ଆଜି ଆପଣଙ୍କୁ କିଛି ନିରାଶାଜନକ ଖବର ଶୁଣିବାକୁ ମିଳିପାରେ।

ବୃଷ ରାଶି: କୌଣସି ସମ୍ମାନିତ ବ୍ୟକ୍ତିଙ୍କଠାରୁ ଉପଦେଶ ମିଳିବ। ଧନ ଆୟର ନୂଆ ସୁଯୋଗ ଦେଖାଦେବ। ଛୋଟମୋଟ ପ୍ରଲୋଭନରୁ ନିଜକୁ ଦୂରେଇ ରଖିବାକୁ ପ୍ରୟାସ କରନ୍ତୁ। ଅପ୍ରତ୍ୟାଶିତ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ମିଳିବ। ଯେଉଁମାନେ ଅନୁଚିତ କାର୍ଯ୍ୟରେ ଲିପ୍ତ, ସେମାନଙ୍କଠାରୁ ସତର୍କ ରୁହନ୍ତୁ। କାମରେ ନୂଆ ପଦ୍ଧତି ଗ୍ରହଣ କରିବାକୁ ଚେଷ୍ଟା କଲେ ଲାଭ ନିଶ୍ଚିତ ମିଳିବ।

ମିଥୁନ ରାଶି: ସନ୍ତାନଙ୍କ ପ୍ରଗତି ଦେଖି ଆନନ୍ଦିତ ହେବେ। ଅସହାୟ ବ୍ୟକ୍ତିଙ୍କୁ ସହାୟତା କରିବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ; ତାଙ୍କ ଆଶୀର୍ବାଦ ଆପଣଙ୍କୁ ସଫଳତା ଦେବ। ମନରେ ନୂଆ କିଛି କରିବାର ଉତ୍ସାହ ଜାଗିବ। ଖାଦ୍ୟ ବ୍ୟବସାୟୀଙ୍କୁ ଭଲ ଫଳ ମିଳିବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ। ଅଫିସରେ କିଛି କ୍ଷେତ୍ରରେ ଆପଣ ଜୟୀ ହେବେ।

କର୍କଟ ରାଶି: ଆଲୋଚନାରେ ଆପଣଙ୍କ ଦକ୍ଷତା ଆଜି ଶକ୍ତିଶାଳୀ ଅସ୍ତ୍ର ହେବ। ପରିବାରଠାରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ। ବନ୍ଧୁଙ୍କ ସହଯୋଗ ସମସ୍ୟା ସମାଧାନରେ ସହାୟକ ହେବ। ପୁରୁଣା ରୋଗକୁ ଅବହେଳା କରନ୍ତୁ ନାହିଁ। ସମ୍ପତ୍ତିରୁ ଲାଭ ହେଉଥିଲେ କାଗଜପତ୍ର ଯତ୍ନରେ ରଖନ୍ତୁ। ବ୍ୟବସାୟ ସ୍ଥିର ରହିବ।

ସିଂହ ରାଶି: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆଜି ଦିନସାରା ଉତ୍ସାହ ଓ ଆତ୍ମବିଶ୍ୱାସ ବଜାୟ ରହିବ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସାମାଜିକ ମାନ୍ୟତା ବଢ଼ିବ। ସନ୍ତାନଙ୍କ ଭବିଷ୍ୟତ ନେଇ ଯୋଜନା କରିବେ। ଶ୍ୱଶୁରାଳୟଠାରୁ ସମ୍ମାନ ମିଳିବ। ବିରୋଧୀମାନେ ଆଜି ଆପଣଙ୍କ ଆଗରେ ନତମସ୍ତକ ହେବେ। କାମ ପାଇଁ କିଛି ଦୌଡ଼ାଦୌଡ଼ି ହୋଇପାରେ।

କନ୍ୟା ରାଶି: ଘରେ ନିଜ ପାଇଁ କିଛି ସୁନ୍ଦର ଯୋଜନା କରିବେ, ଯାହା ଉନ୍ନତିର ପ୍ରେରଣା ଦେବ। ଧନ ସମ୍ବନ୍ଧୀୟ ମାମଲାରେ ଲୋଭରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ଅନ୍‌ଲାଇନ୍‌ କାର୍ଯ୍ୟ ଆରମ୍ଭ କରିବାର ଚିନ୍ତା କରିପାରନ୍ତି। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା ତିଆରି କରିବେ। କ୍ରୋଧକୁ ନିୟନ୍ତ୍ରଣ କରି ଶାନ୍ତିର ପଥ ଅବଲମ୍ବନ କରନ୍ତୁ।

ତୁଳା ରାଶି: କାହା ଉପରେ ଅତ୍ୟଧିକ ଭରସା କରନ୍ତୁ ନାହିଁ। ଅନାବଶ୍ୟକ ଭାବେ ଜନସାଧାରଣ ସ୍ଥାନକୁ ଯିବା ଏଡ଼ାନ୍ତୁ। ଅଟକି ରହିଥିବା କାମ ସମ୍ପନ୍ନ ହେଲେ ମନ ଶାନ୍ତ ହେବ। ଏ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟ ଆଜି ଶେଷ କରିବାକୁ ପ୍ରୟାସ କରନ୍ତୁ। ପ୍ରେମ ବିବାହ ପାଇଁ ପରିବାରର ସମ୍ମତି ମିଳିପାରେ। ଭାଇଭଉଣୀଙ୍କ ସହ ସମ୍ପର୍କରେ ଉନ୍ନତି ହେବ। ଆଜି ଆକର୍ଷଣୀୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।

ବିଛା ରାଶି: ସ୍ମୃତିମୟ ସମୟ କାହା ସହ ବିତାଇବେ। ବ୍ୟବସାୟୀଙ୍କୁ ଆଜି ବିଶେଷ ଲାଭର ସମ୍ଭାବନା। ଟଙ୍କା ଲେଣଦେଣରେ ସଜାଗ ରୁହନ୍ତୁ। ବଜେଟ୍‌ ଅନୁଯାୟୀ ଖର୍ଚ୍ଚ କରନ୍ତୁ। ନୂଆ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ଥାଏ ତେବେ ଲାଭବାନ୍‌ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ସମ୍ପତ୍ତି କ୍ରୟ ପାଇଁ ଚିନ୍ତା କରୁଥିଲେ କିଛି ଦିନ ଅପେକ୍ଷା କରନ୍ତୁ। ଆଜି କୌଣସି  কର୍ମଚାରୀଙ୍କ ସହ ବିବାଦ ହୋଇପାରେ।

ଧନୁ ରାଶି: ଆର୍ଥିକ ମାମଲାରେ ଆଜି ନିରାଶା ଲାଗିପାରେ। ଅଧିକ ପରିଶ୍ରମ ସଫଳତା ଆଣିବ। ପାରିବାରିକ ଜୀବନ ସ୍ଥିର ରହିବ। ଧୈର୍ଯ୍ୟ ଧରନ୍ତୁ। କାର୍ଯ୍ୟରେ ନିୟମ ପାଳନ ଉପରେ ଧ୍ୟାନ ଦିଅନ୍ତୁ। ଘର ବାହାରେ ଆନନ୍ଦମୟ ପରିବେଶ ରହିବ। ଆତ୍ମବିଶ୍ୱାସ ଓ ଧୈର୍ଯ୍ୟ ବଢ଼ାଇ ପରିସ୍ଥିତିର ମୁକାବିଲା କରନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ।

ମକର ରାଶି: ଅନ୍ୟର କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ। ସ୍ଥିର ରହି ନିଜ ନିଷ୍ପତ୍ତି ନିଅନ୍ତୁ। ଘରେ ମତଭେଦ କରନ୍ତୁ ନାହିଁ, ନଚେତ୍‌ ଶାନ୍ତି ନଷ୍ଟ ହୋଇପାରେ। ସନ୍ଧ୍ୟାରେ ଆନନ୍ଦଦାୟକ ଖବର ମିଳିପାରେ। ଯୋଜନା ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟବସାୟ ବୃଦ୍ଧି ପାଇଁ ନିବେଶ ଯୋଜନା କରନ୍ତୁ। ପରିବାରରେ ପ୍ରେମ ଓ ସହଯୋଗ ବଜାୟ ରହିବ।

କୁମ୍ଭ ରାଶି: କାର୍ଯ୍ୟ ଓ ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବାର ସମ୍ଭାବନା। ପଡୋଶୀ ଓ ଭାଇଭଉଣୀଙ୍କ ସହ ସମ୍ପର୍କ ଉନ୍ନତ ରହିବ। ରିଟେଲ୍‌ ବ୍ୟବସାୟୀଙ୍କୁ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଚିନ୍ତା କରନ୍ତୁ ନାହିଁ, ନଚେତ୍‌ ଏକାଗ୍ରତା ଭାଙ୍ଗିପାରେ। ଅନ୍ଧ ଭରସା କାହା ଉପରେ କରନ୍ତୁ ନାହିଁ।

ମୀନ ରାଶି: ଆଜି ଆପଣ ସାମାଜିକ ବା ରାଜନୈତିକ ସଂଗଠନରେ ସାମିଲ୍‌ ହୋଇପାରନ୍ତି। ମାତାଙ୍କ ସହ ସମ୍ପର୍କରେ ଉଷ୍ମତା ବଢ଼ିବ। ବ୍ୟକ୍ତିଗତ ଜୀବନ ସୁଖମୟ ହେବ। କ୍ୟାରିୟରରେ ଶୁଭ ସମାଚାର ମିଳିବ। ଆଜି ଅଧିକ ମେହନତ କରିବାକୁ ପଡ଼ିବ, ଯାହା ବଡ଼ ଫଳ ଦେବ। ନୂଆ ଜିନିଷ ଶିଖିବାର ସୁଯୋଗ ମିଳିବ। ଅଟକି ରହିଥିବା ଧନ ଫେରିପାଇବେ।

Type and hit Enter to search

Close