Breaking News

ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା: ଯୁବକଙ୍କୁ ଗିରଫ ପରେି ଜେରା

 

ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେବା ଅଭିଯୋଗରେ ଗିରଫ ହେଲେ ଯୁବକ। ଜଣେ ଯୁବକକୁ ସିଂହଦ୍ଵାର ଥାନା ପୋଲିସ ଅଟକ ରଖିଛି । ଅଟକ ଯୁବକ ଜଣକ ହେଉଛନ୍ତି ଭାସ୍କର ସାମନ୍ତ । ପୋଲିସ  ସୂଚନା ଅନୁଯାୟୀ,  ଆଜି ସକାଳେ ଭାସ୍କର ଏକ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ପୋଲିସ ତାଙ୍କୁ ଧରିବା ପରେ ତାଙ୍କ ପାଖରୁ ସ୍ପାଏ କ୍ୟାମେରା ଜବତ କରିଥିଲା । ସ୍ପାଏ କ୍ୟାମେରାରେ ଭାସ୍କର ଶ୍ରୀମନ୍ଦିର ଭିତର ଭିଡିଓ ସୁଟିଂ କରିଥିବା ତଦନ୍ତରୁ ଜଣାପଡିଛି । ଶ୍ରୀଜଗନ୍ନାଥ ଟେମ୍ପୁଲ୍ ଆକ୍ଟ ସେକ୍ସନ ୩୦(A) ୪C ଅନୁସାରେ ଭାସ୍କରକୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି। 

ଖୁବଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଶ୍ରୀମନ୍ଦିର ଭିତରେ ବାରମ୍ବାର ଭିଡିଓ ଓ ଫଟୋ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଏବଂ କ୍ୟାମେରା ନେବା ଉପରେ କଡ଼ା ନଜର ରଖିଛି ପୋଲିସ । ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନେଲେ ଏକହଜାର ଟଙ୍କା ଜରିମାନା ସହିତ ମୋବାଇଲ୍ ଫୋନ ଜବତ ହେବାର ନିୟମ ରହିଥିବା ବେଳେ ଅଭିଯୁକ୍ତ ଭାସ୍କର କାହିଁକି ଏବଂ କେଉଁ ପରିସ୍ଥିତିରେ ସ୍ପାଏ କ୍ୟାମେରା ଶ୍ରୀମନ୍ଦିର ଭିତରକୁ ନେଇଥିଲା ସେ ନେଇ ଚର୍ଚ୍ଚା ହେଉଛି।  ତେବେ ଭାସ୍କର ମନ୍ଦିର ଭିତର ଭିଡିଓ ସୁଟିଂ  କରିବାର  କ’ଣ ଉଦ୍ଦେଶ୍ୟ ରହିଛି ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜାଣିବାକୁ ମିଳିଛି ।

Type and hit Enter to search

Close