ଠାକୁରଙ୍କୁ ବି ଛାଡ଼ିଲେନି, ତାଲା ଭାଙ୍ଗି ମନ୍ଦିରରୁ ସିରିଜ ଲୁଟ

 

ବାରମ୍ବାର ମନ୍ଦିର ଲୁଟୁଛନ୍ତି ଲୁଟେରା। ଭଗବାନଙ୍କୁ ବି ଛାଡ଼ୁନାହାନ୍ତି ଦୁର୍ବୁତ୍ତ। ତେବେ ସେହିଭଳି ନୀଳଗିରିରେ ୨ଟି ମନ୍ଦିରରୁ ସିରିଜ ଲୁଟ ହୋଇଛି। ବିଳମ୍ବିତ ରାତିରେ ମନ୍ଦିରରେ କଳାକନା ବୁଲାଇଛନ୍ତି ଲୁଟେରା। ଠାକୁରଙ୍କ ସୁନା ମୁକୁଟ,ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନବାକ୍ସ ଲୁଟିନେଲେ। ତେବେ ପୋଡାଶୂଳ କାଳୀ ମନ୍ଦିର ଓ ଶନି ମନ୍ଦିରରୁ ଲୁଟ ହୋଇଥିବା ସୂଚନା ମିଳିଛି।  

ସୂଚନା ଅନୁଯାୟୀ , ରବିବାର ବିଳମ୍ବିତ ରାତିରେ ନୀଳଗିରି ଥାନା ଅଧୀନ ପୋଡାଶୂଳ କାଳୀ ମନ୍ଦିର ଓ ଚତର ଛକରେ ଥିବା ଶନି ମନ୍ଦିରରୁ ଲୁଟ ହୋଇଛି। ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ବାକ୍ସ ଓ ହୁଣ୍ଡି ବାକ୍ସରୁ ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟିବା ପରେ ନିକଟ ବିଲରେ ହୁଣ୍ଡି ଏବଂ ବାକ୍ସକୁ ଫୋପାଡି ଦେଇ ଫେରାର ମାରିଥିଲେ। ସକାଳୁ ସ୍ଥାନୀୟ ପୂଜକ ମନ୍ଦିର ପୂଜା କରିବାକୁ ଆସି ଏ ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ଲୋକଙ୍କୁ ଅବଗତ କରିଥିଲେ। ଏହାପରେ ନୀଳଗିରି ପୋଲିସ ଘଡଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share this post

Previous Post Next Post