Breaking News

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଲା ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ

 

ଆଜି ସକାଳୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି । ମହାପ୍ରଭୁଙ୍କର ମଇଲମ ନୀତି ଚାଲିଥିବା ବେଳେ ପାଳିଆ ସେବକଙ୍କୁ ସେବାୟତ ଛୁଇଁ ଦେଇଥିଲେ । ସେଥିପାଇଁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି । ମହାସ୍ନାନ ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି । ମହାସ୍ନାନ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ପରମ୍ପରା ଅନୁଯାଇ ଶ୍ରୀମନ୍ଦିରର ଭିତରକାଠରେ ରକ୍ତ ଛିଟା ପଡ଼ିଲେ କିମ୍ବା କୌଣସି ଦୁର୍ଘଟଣା କି ଅଘଟଣ ଘଟେ ତେବେ ମହାପ୍ରଭୁଙ୍କର ଚାଲିଥିବା ନୀତିକୁ ବନ୍ଦ କରାଯାଇଥାଏ । ତାପରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଥାଏ । ଏହି ସମୟରେ ମଧ୍ୟ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିଥାଏ ।

Type and hit Enter to search

Close