ବନ କର୍ମଚାରୀଙ୍କୁ ଗୁଳିମାଡ଼, ୪ ଶିକାରୀ ଗିରଫ, ୪ ଟି ଦେଶୀ ବନ୍ଧୁକ ଜବତ

 

ଶିକାରୀ ଧରିବାକୁ ଯାଇଥିଲେ ହେଲେ ନିଜେ ହେଲେ ଶୀକାର। ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ୍‌ ଅଞ୍ଚଳରେ ଚଢ଼ାଉ ବେଳେ ଅଘଟଣ। ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରକୁ ବନ କର୍ନଚାରୀ ଏବଂ ଏସଟିପିଏଫ ଯାଇଥିବା ବେଳେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଶିକାରୀ। ବନ କର୍ମଚାରୀଙ୍କ ଫାଙ୍କା ଗୁଳି ଚାଳନାରେ ୪ ଶିକାରୀ ଗିରଫ ହୋଇଥିବା ବେଳେ ୨ ଜଣ ଫୋରାର ହୋଇଛନ୍ତି।

ଗିରଫ ଶିକାରୀ ମାନେ ହେଲେ ଅଶ୍ୱକୁଟି ଗାଁର ଗାନସା ସିଂ, ବରଜୁ ସିଂ, ଗୁରା ସିଂ ବାଂକ୍ଷୀରା, କାର୍ତ୍ତିକ ସିଂ ବାଂକ୍ଷୀରା ବୋଲି ଜଣାପଡିଛି। ମୟୂରଭଞ୍ଜ ଜିଲ୍ଲା ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ୍‌ରେ ଏଭଳି ଘଟଣା ଘଟିଛି। ଘଟଣାସ୍ଥଳରୁ ୪ଟି ଦେଶୀ ବନ୍ଧୁକ ଜବତ ହୋଇଛି। ରବିବାର ବିଳମ୍ବିତ ରାତିରେ ପୋଡ଼ାଡିହା ବନ ବିଭାଗ ଏବଂ ଏସ୍‌ଟିପିଏଫ୍‌ ମିଳିତ ଭାବେ ମନଭଙ୍ଗା ବିଟ୍‌ ଅଞ୍ଚଳରେ ଚଢାଉ କରିଥିଲେ। ଏହି ସମୟରେ ୬ ଜଣ ଶିକାରୀ ଜଙ୍ଗଲରେ ମଧ୍ୟରେ ରୋଷେଇ କରୁଥିବାର ଦେଖିଥିଲେ। ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଦୁଇ ରାଉଣ୍ଡ ଗୁଳିଚାଳନା କରି ଖସିଯିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ସଫଳ ହୋଇନଥିଲା।

ଏସ୍‌ଟିପିଏଫ୍‌ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିଲେ। ତେବେ ଘଟଣାସ୍ଥଳରେ ଜଣେ ଶିକାରୀ ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ୫ ଜଣ ଖସିଯାଇଥିଲେ। ଗିରଫ ଶିକାରୀଙ୍କୁ ପଚରାଉଚରା ପରେ ଅଶ୍ୱକୁଟି ଅଞ୍ଚଳରେ ଚଢାଉ ହୋଇଥିଲା। ଯେଉଁଠାରେ ଅନ୍ୟ ୩ ଜଣ ଶିକାରୀଙ୍କୁ ଗିରଫ ସହ ଜଙ୍ଗଲରେ ଲୁଚାଇ ରଖିଥିବା ୩ ବନ୍ଧୁକ ଜବତ ହୋଇଥିଲା। ଏବେବି ୨ ଜଣ ଶିକାରୀ ଫେରାର ରହିଛନ୍ତି।

Share this post

Previous Post Next Post