ଆଜି ଶ୍ରୀପଞ୍ଚମୀ, ବିଭିନ୍ନ ବିଦ୍ୟାଳୟ ଠାରୁ ଆରମ୍ଭ କରି ଅନୁଷ୍ଠାନରେ ପୂଜା ପାଉଛନ୍ତି ମା’ ସରସ୍ବତୀ

 

ଆଜି ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ବତୀ ପୂଜା। ମା’ ସରସ୍ବତୀ ହେଉଛନ୍ତି, ଜ୍ଞାନ, ବୁଦ୍ଧି, ବିଦ୍ୟା, ବାଣୀର ଦେବୀ। ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି । ହିନ୍ଦୁ ପଞ୍ଚାଙ୍ଗରେ, ଏହାକୁ ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ବୋଲି କୁହାଯାଏ । ପବିତ୍ର ଦିନରେ ଧରାବତରଣ କରିବେ ବାଗଦେବୀ । ବସନ୍ତ ଋତୁର ଆଗମନରେ ଦେବୀ ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି । ବିଶ୍ବାସ ରହିଛି ମା’ ସରସ୍ବତୀଙ୍କ ପୂଜା ଆରାଧନା କଲେ ବୁଦ୍ଧି ଏବଂ ବିଦ୍ୟା ପ୍ରାପ୍ତ ହୋଇଥାଏ। ଧାର୍ମିକ ମାନ୍ୟତା ରହିଛି ବସନ୍ତ ପଞ୍ଚମୀର ଦିନ ଜ୍ଞାନର ଦେବୀ ମା’ ସରସ୍ବତୀ ପ୍ରକଟ ହୋଇଥିଲେ। ଏହି କାରଣରୁ ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀ ଭାବରେ ପାଳନ କରାଯାଏ।  ମା’ ବାଗଦେବୀଙ୍କ ପୂଜା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍ସବମୁଖର ହୋଇଉଠିଛି ।

Share this post

Previous Post Next Post