ହଟିଲା ନିଲମ୍ବନ । ଫେରିଲେ ସୁର । କଂଗ୍ରେସ ଭବନରେ ମୁଣ୍ଡିଆ ମାରି ଭିତରକୁ ଆସିଲେ ସୁର ରାଉତରାୟ। ସୁର ରାଉତରାୟଙ୍କ ଉପରୁ ନିଲମ୍ବନ ହଟାଇବା ପରେ ଘର ବାହୁଡ଼ା । ଘର ବାହୁଡ଼ା ବେଳେ ସୁରଙ୍କ ସହ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ। ୯ ମାସ ପରେ ଫେରିବାରୁ ଭାବବିହ୍ବଳ ହୋଇ କାନ୍ଦି ପକାଇଲେ ସୁର। କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଲେ। ଯୁବ କଂଗ୍ରେସକୁ ବିଶେଷ ଧନ୍ୟବାଦ ଜଣାଇଲେ ସୁର ।
୯ ମାସ ବହୁତ ଯନ୍ତ୍ରଣାରେ ଥିଲି କହିଲେ ସୁର ରାଉତରାୟ। କିଛି କୁଚକ୍ରୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବନ କରିଥିଲେ' -ଆଜି ମୋ ମନ୍ଦିରକୁ ମୁଁ ଫେରିଲି, ବହୁତ ଖୁସି- ସୁର । ଆଉ କନ୍ଦଳ ରହିବନି, ମିଳିମିଶି ସଂଗଠନ ପାଇଁ କାମ କରିବୁ ବୋଲି କହେ ।
Social Footer