ଗେଷ୍ଟ ହାଉସରେ ସେକ୍ସ ରାକେଟ ଠାବ: ଜଣେ ଦେହଜୀବୀଙ୍କ ସମେତ ୩ ଯୁବକ ଗିରଫ

 

ବଲାଙ୍ଗିର ସହର ରାଜେନ୍ଦ୍ର ପାର୍କ ନିକଟସ୍ଥ ଏକ ହୋଟେଲ ରେ ଚଢ଼ାଉ କରି ସେକ୍ସ ରାକେଟ ଠାବ କରିଛି ଟାଉନ ପୁଲିସ ।  ଏହି ଘଟଣାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।  

ମିଳିଥିବା ସୂଚନା ଅନୁସାରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବଲାଙ୍ଗିର ସହର ରାଜେନ୍ଦ୍ର ପାର୍କ ନିକଟ ଏକ ଗେଷ୍ଟ ହଉସାରେ ଦେହ ବେପାର ଚାଲିଥିବା ପୁଲିସ ଖବର ପାଇ ତୁରନ୍ତ ଚଢ଼ାଉ କରିଥିଲା।  ଉଦ୍ଧାର ହୋଇଥିବା ଯୁବତୀ ଜଣକ କଟକର ହୋଇଥିବା ବେଳେ ଅଟକ ଯୁବକ ମାନେ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡିଛି ।  ଦୀର୍ଘ ଦିନ ଧରି ଗେଷ୍ଟ ହାଉସରେ ଚାଲିଥିଲା ଅଣଓଡିଆ ବ୍ୟବସାୟୀଙ୍କ ସେକ୍ସ ରାକେଟ । ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଏସ ଡି ପିଓ ସୂଚନା ଦେଇଛନ୍ତି  ।

Share this post

Previous Post Next Post