Breaking News

ପୋଲ ବାଡ଼ରେ ପିଟି ହୋଇ ଝୁଲି ରହିଲା ଟ୍ରକ୍, ଫସିଲେ ଚାଳକ

 

ସମ୍ବଲପୁର ରେଢାଖୋଲରେ ବଡ଼ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ ଖସିଲା ବାଲି ବୋଝେଇ ହାଇୱା । ଟ୍ରକଟି ବ୍ରିଜର ପୂରା ତଳକୁ ନଖସି ଝୁଲି ରହିଛି । ଟ୍ରକ୍ ଭିତରେ ଡ୍ରାଇଭର ଚାପି ହୋଇ ରହିଛନ୍ତି । ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ କଟର ମେସିନ୍ ସାହାଯ୍ୟରେ କାଟି ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ରେଢାଖୋଲ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ରେଢାଖୋଲ-ବୌଦ୍ଧ ରାସ୍ତାର କନ୍ଧରା ଗାଁ ନିକଟରେ ଥିବା ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି ।ମିଳିଥିବା ସୂଚନା ଆଧାରରେ, ସକାଳ ପ୍ରାୟ ୫ଟାରେ ଏହି ହାଇୱାଟି ରେଢାଖୋଲ ମହାନଦୀରୁ ବାଲି ନେଇ ଆସୁଥିଲା । କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Type and hit Enter to search

Close