ଓଲଟିଲା ଚାଉଳ ବୋଝେଇ ଟ୍ରକ, ଡ୍ରାଇଭର ମୃତ

 

ବଲାଙ୍ଗୀର ଜିଲ୍ଲା  ପାଟଖଣ୍ଡ ଉପଖଣ୍ଡ ବେଲପଡ଼ା ବ୍ଲକ ଭରୁଆମୁଣ୍ଡା ଛକ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ୍ ଓଲଟି ପଡ଼ିଥିବା ବେଳେ ଏଥିରେ ଚାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଚାଉଳ ବୋଝେଇ ହୋଇ ଯାଉଥିବା ଏକ ଟ୍ରକରେ ଚାଉଳ ବୋଝେଇ ହୋଇ ଶନିବାର ମଧ୍ୟ ରାତ୍ରିରେ ଯାଉଥିଲା। ବେଲପଡ଼ା ବ୍ଲକ ଭରୁଆମୁଣ୍ଡା ଗ୍ରାମ ନିକଟରେ ଚାଉଳ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଚାଳକ ଟ୍ରକ ଓ ଚାଉଳରେ ଚାପି ହୋଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

Share this post

Previous Post Next Post