Breaking News

ମାଲକାନକିଗି ଭିଜିଲାନ୍ସ ରେଡ୍: କୁବେର ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସହ ୫ ଗିରଫ

 

ଗରିବ ଖଟିଖିଆଙ୍କ ଦରମା ପାଇଁ ଆସୁଥିବା ଟଙ୍କାକୁ ମିଳିମିଶି ଆତ୍ମସାତ କରିବା ସରକାରୀ ବାବୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କୁବେର ସରକାରୀ ଅଧିକାରୀ ମାଲକାନଗିରି ଜଳଛାୟା ଉପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଅନ୍ୟମାନେ ହେଲେ ୩ ସରକାରୀ କର୍ମଚାରୀ ମାଲକାନଗିରି କୃଷି ବିଭାଗ ଇଞ୍ଜିନିୟର ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର୍ ବିଶ୍ୱଜିତ୍ ମଣ୍ଡଳ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଅମିୟକାନ୍ତ ସାହୁ ଏବଂ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦର ଜନସେବା କେନ୍ଦ୍ର ପରିଚାଳକ ଅଲେଖ ଚନ୍ଦ୍ର ପ୍ରଧାନ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଜଶୱନ୍ତ ଜେଠୱା । 

ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସୂଚନା ମୁତାବକ, ଗତ ଦୁଇ ଦିନ ଭିଜିଲାନ୍ସ ଟିମ୍ ଶାନ୍ତନୁ ମହାପାତ୍ର ଓ ତାଙ୍କ ସହଯୋଗୀଙ୍କ ବାସଭବନରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଶାନ୍ତନୁ ମହାପାତ୍ରଙ୍କଠାରୁ ୨ କୋଟି ଟଙ୍କା ନଗଦ ଟଙ୍କା ଠାବ କରାଯାଇଥିଲା । ଏହା ସହିତ ୧ଟି ତିନି ମହଲା କୋଠା ଓ ୪ଟି ଦାମୀ ପ୍ଲଟ୍ ସେହିପରି ତାଙ୍କ ସହଯୋଗୀମାନଙ୍କ ଘରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ସେହିପରି ଶ୍ରମିକମାନଙ୍କର ୩୫ଟି ବ୍ୟାଙ୍କ୍ ପାସବୁକ ମିଳିଥିଲା । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ନ ଦେଇ ପାରିବା ଏବଂ ସମସ୍ତ ତଥ୍ୟ ପ୍ରମାଣ ମିଳିବା ପରେ ୫ ଜଣଙ୍କୁ ଗିରଫ କରାଯାଇଛି । 

୨୦୧୯ରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ କାର୍ଯ୍ୟକରୁ ଥିବାବେଳେ ଶାନ୍ତନୁ ମହାପାତ୍ର ଏବଂ ଅନ୍ୟମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । କାମ ହୋଇଥିବା ଦର୍ଶାଇ ଏବଂ ଶ୍ରମିକ ଆକାଉଣ୍ଟରେ ପେମେଣ୍ଟ କରାଯାଇଥିବା ଦର୍ଶାଇ ସରକାରୀ ପାଣ୍ଠିକୁ ହଡ଼ପ କରୁଥିଲେ । ସେହିପରି ଗଞ୍ଜାମର ଜଗନ୍ନାଥ ପ୍ରସାଦରେ ଜନସେବା କେନ୍ଦ୍ର ପରିଚାଳନା କରୁଥିବା ଅଲେଖ ଚନ୍ଦ୍ର ପ୍ରଧାନ ଲାଞ୍ଚ ସଂଗ୍ରହରେ ମହାପାତ୍ରଙ୍କୁ ସହଯୋଗ କରୁଥିଲେ । ସେ ଉପ ନିର୍ଦ୍ଦେଶକଙ୍କ ପକ୍ଷରୁ ଠିକାଦାର ଏବଂ ଅନ୍ୟମାନଙ୍କଠାରୁ ଅନଲାଇନରେ ଲାଞ୍ଚ ସଂଗ୍ରହ କରୁଥିଲେ ଏବଂ ପରେ ଏହାକୁ ଉପ ନିର୍ଦ୍ଦେଶକଙ୍କୁ ଦେଉଥିଲେ । ଅଲେଖ ପ୍ରଧାନ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ୧ କୋଟି ଟଙ୍କାରୁ ଅଧିକ ଟଙ୍କା ପଠାଇଥିବାର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିଥିବା ନେଇ ନିର୍ଦ୍ଦେଶକ ଜେଠୱା କହିଛନ୍ତି ।

Type and hit Enter to search

Close