ଆସନ୍ତା ୧୮ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି +୨ ଥିଓରି ପରୀକ୍ଷା । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଆଜିଠୁ ପରୀକ୍ଷା ହବ୍ ଗୁଡିକୁ +୨ ପରୀକ୍ଷା ପ୍ରଶ୍ନପତ୍ର ଯିବା ଆରମ୍ଭ ହୋଇଛି । କଡା ସୁରକ୍ଷା ମଧ୍ୟରେ ୧୦ଟି ରୁଟ ଦେଇ ଏହି ପ୍ରଶ୍ନପତ୍ରଗୁଡିକୁ ପରୀକ୍ଷା ହବକୁ ନିଆଯାଉଛି । କଡା ସୁରକ୍ଷା ବଳୟ ଭିତରେ ରାଜ୍ୟରେ ଥିବା ୨୦୫ଟି ହବରେ ଏହି ପ୍ରଶ୍ନପତ୍ର ରଖାଯିବ । ପରୀକ୍ଷା ଦିନ ପ୍ରଶ୍ନପତ୍ରକୁ ହବରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯିବ ।
ସେପଟେ ଏଥର ପରୀକ୍ଷା ଜଗିବ ସିସିଟିଭି । ଚଳିତ ବର୍ଷ ପରିଷଦ କାର୍ଯ୍ୟାଳୟରେ ୫ ଶହ ଶିକ୍ଷାନୁଷ୍ଠାନର ସିଧା ପ୍ରସାରଣ ସିସିଟିଭି ମାଧ୍ୟମରେ ପରିଷଦ କାର୍ଯ୍ୟାଳୟରେ ଯାଞ୍ଚ କରାଯିବ । ଏଥିସହ ପ୍ରଶ୍ନପତ୍ର ଲିକ୍ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । କପି ରୋକିବା ନେଇ ୫ ସ୍ତରୀୟ ବ୍ୟବସ୍ଥା ସହିତ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ ହୋଇଛି । ବଡ଼ ବଡ ଜିଲ୍ଲାରେ ୨ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ସ୍କ୍ୱାଡ୍ ଜଗିବେ ।
ଆସନ୍ତା ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ ଚାଲିବ । ୧ ହଜାର ୨ ଶହ ୭୬ ସେଣ୍ଟରରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ । ଅନ୍ୟପଟେ ଦିବ୍ୟାଙ୍ଗମାନଙ୍କ ପାଇଁ ୪ଘଣ୍ଟାର ପରୀକ୍ଷା ଅବଧି ରହିବ । ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି । ଏଥିସହିତ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ଘୋଷଣା କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
Social Footer