ପୁଣି ଧକ୍କା ଦେଲା ମୋ ବସ୍, ଦୁର୍ଘଟଣାରେ ପରିବା ବ୍ୟବସାୟୀ ଆହତ

 

ପୁଣି ମୋ ବସ୍ ଧକ୍କା । ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍‌ । କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ୍‌ ଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ପରିବା ବ୍ୟବସାୟୀ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ ଚାଳକକୁ ଥାନାକୁ ନେବା ସହ ଘଟଣାରର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତକାଲି ମୋ ବସ୍‌ ଧକ୍କାରେ ୨ ଜଣ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ଵର ଚନ୍ଦ୍ରଶେଖରପୁର ବିଡିଏ ଛକରେ ଦୁର୍ଘଟଣା ଘଟିଥିଲା । ସେହିପରି ଫେବୃୟାରୀ ୪ରେ ଭୁବନେଶ୍ୱର ନନ୍ଦନକାନନ ଥାନା ରଘୁନାଥପୁର ଛକ ନିକଟରେ ମୋ ବସ୍ ଧକ୍କାରେ ଅଜ୍ଞେ ୧୩ ବର୍ଷ ନାବାଳିକାର ମୃତ୍ୟୁ ହୋଇଥିଲା । ଫୁଲ ତୋଳି ସାଇକେଲରେ ଫେରୁଥିବା ବେଳେ ଧକ୍କା ଦେଲା ମୋ ବସ୍ । ସୁର୍ଘଟଣା ପରେ ଡ୍ରାଇଭରଙ୍କୁ ଗିରଫ ଓ କ୍ଷତିପୂରଣ ଦାବିରେ ୪ ଘଣ୍ଟା ରାସ୍ତାରୋକ ପରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଥିଲା କ୍ରୁଟ କର୍ତ୍ତୃପକ୍ଷ। ତେବେ ଡ୍ରାଇଭରଙ୍କ ଗିରଫ ସହ ମୋ ବସ୍ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

Share this post

Previous Post Next Post