Breaking News

ମହାକୁମ୍ଭ ମେଳାରେ ବୁ଼ଡ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

 

ପ୍ରୟାଗରାଜରେ ପହଞ୍ଚି ତ୍ରିବେଣୀ ସଂଗମରେ ବୁଡ ପକାଇ ପବିତ୍ର ସ୍ନାନ କରିଛନ୍ତି ରାଷ୍ଟ୍ରପତି । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ବୁଡ ପକାଇବାରେ ସେ ଏହି ସୌଭାଗ୍ୟଲାଭ କରିଛନ୍ତି । ତେବେ ସଂଗମରେ ସ୍ନାର ପରେ ସୂର୍ଯ୍ୟଙ୍କୁ ପାଣି ଟେକିଥିଲେ ରାଷ୍ଟ୍ରପତି । ଏଥିସହ ହନୁମାନ ମନ୍ଦିର ସମେତ ଅନେକ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତର ଦିନ ତମାମ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡିଜିଟାଲ ମହାକୁମ୍ଭ କେନ୍ଦ୍ର ପରିଦର୍ଶନ କରିବାର ଯୋଜନା ରହିଛି । 

ତେବେ ଆଜି ସ୍ବତନ୍ତ୍ର ବିମାନରେ ରାଷ୍ଟ୍ରପତି ପ୍ରୟାଗରାଜରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେଠୁ ସେ ପ୍ରୟାଗରାଜର ତ୍ରିବେଣୀ ସଂଗମରେ ପହଞ୍ଚିଥିଲେ । ସେଠାରେ ସେ ବିଦେଶାଗତ ପକ୍ଷୀଙ୍କୁ ଦାନା ଖୁଆଇଥିଲେ ଏବଂ ପରେ ପରେ ତ୍ରିବେଣୀ ସଂଗମରେ ସ୍ନାନ କରିଛନ୍ତି ରାଷ୍ଟ୍ରପତି ।

Type and hit Enter to search

Close